ତାମିଲନାଡୁରେ ପ୍ରବଳ ବର୍ଷା

ଚେନ୍ନାଇ, ନଭେମ୍ବର ୨୭ : ତାମିଲନାଡୁର ୫ଟି ଜିଲ୍ଲାରେ ଗୁରୁବାର ଓ ଶୁକ୍ରବାର ପ୍ରବଳ ବର୍ଷା ହୋଇଥିବା ବେଳେ ୫ଟି ଜିଲ୍ଲା ପାଇଁ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ରାଜ୍ୟର ଦକ୍ଷିଣାଞ୍ଚଳରେ ବନ୍ୟା ଓ ଜଳପୂର୍ଣ୍ଣ କାରଣରୁ ରେଡ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ରାମନାଥପୁରମ, ଥୂଥୁକୁଡୀ, ତିରୁନେଲଭେଲୀ, ପୁଡିଓକୋଟ୍ଟଇ ଏବଂ ନାଗପାଟ୍ଟିନମ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି ଏବଂ ସଡ଼କ ଏବଂ ରେଳପଥ ବୁଡିଯାଇଛି। ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ବେଳେ ସ୍କୁଲ-କଲେଜ ଗୁଡ଼ିକ ବନ୍ଦ ରଖାଯାଇଛି।  ଦକ୍ଷିଣ ତାମିଲନାଡୁର ଥୂଡୁକୁଡି, ତିରୁନେଲଭେଲି, ଡିଣ୍ଡୁଗଲ, ରାମନାଥପୁରମ, ପୁଦୁକୋଟ୍ଟଇ ଏବଂ ନାଗପଟ୍ଟିନମ ଜିଲ୍ଲା ସହିତ ଆହୁରି କିଛି ସ୍ଥାନରେ ନଦୀ ଓ ନାଳରେ ବନ୍ୟା ଜଳ ଆସିଛି। ବଜ୍ରପାତ ସହିତ ବର୍ଷା ହେଉଛି। ଆଇଏମ୍‌ଡି ଅନୁସାରେ ସୋମବାର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ଦକ୍ଷିଣ-ପଶ୍ଚିମବଙ୍ଗର ଉପକୂଳରେ ସୃଷ୍ଟ ଲଘୁଚାପ ଯୋଗୁଁ ଏହି ବର୍ଷା ହେବାର ଅନୁମାନ କରାଯାଉଛି। 

gpkandhamal

ତାମିଲନାଡୁର ରାଜଧାନୀ ଚେନ୍ନାଇ ପାଇଁ ଭାରତୀୟ ପାଣିପାଗ ବିଭାଗ ଶନିବାର ୟେଲୋ ୱାର୍ଣ୍ଣି ଜାରି କରିଛି। ଏଠାରେ ସୋମବାର ଯାଏଁ ବର୍ଷା ହେବାର ଅନୁମାନ କରାଯାଉଛି। ବିଭାଗ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। 

Umasankar Adv
Leave A Reply

Your email address will not be published.