ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୨୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ନଭେମ୍ବର 27: ରାଜ୍ୟରେ କରୋନା ସଂକ୍ରମଣ କିଛି ମାତ୍ରାରେ ତଳମୁହାଁ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ସ୍ଥିର ରହିଛି । ପୂର୍ବରୁ ରାଜ୍ୟରୁ ପ୍ରାୟ ୫୦୦ ଉପରେ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଗତ କିଛି ଦିନ ହେବ ସୁସ୍ଥ ସଂଖ୍ୟା ୫୦୦ ତଳେ ରହୁଛି । ଆଜି ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ପୁରା ରାଜ୍ୟରୁ ୨୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୂଯାଇ ସୁସ୍ଥ ହୋଇଥିବା ୨୨୨ ଜଣଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୧୩ ଜଣ ସୁସ୍ଥ ହୋଇଛନ୍ତି ।ଆଜିର ସୁସ୍ଥ ହାରକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୭୬୦୯ ରେ ପହଞ୍ଚିଛି ।

Leave A Reply

Your email address will not be published.