ଆଜି ଠାରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ, ନଭେମ୍ବର ୨୯ : ସଂସଦର ଶୀତକାଳୀନ ଅଧିବେଶନ ଆଜି (ନଭେମ୍ବର ୨୯) ଠାରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନର ଆରମ୍ଭରୁ ବିରୋଧୀ ମାନେ ଶାସକ ଦଳ ଉପରେ ହଙ୍ଗାମା କରିପାରନ୍ତି। କୃଷି ଆଇନକୁ ସରକାର ଫେରାଇ ନେଇଛନ୍ତି। କିନ୍ତୁ ବିରୋଧୀ ଦଳର ନେତାମାନେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍‌ଏସ୍‌ପି) ପ୍ରସଙ୍ଗ ଉଠାଇ ପାରନ୍ତି। ଏହା ବ୍ୟତୀତ କରୋନା ମୃତକଙ୍କୁ ଅନୁକମ୍ପା ଓ ଦରବୃଦ୍ଧିକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ଅଛନ୍ତି।  ତିନି କୃଷି ଆଇନକୁ ଫେରାଇ ଆଣିବା ପାଇଁ ସରକାର ବିଲ ଉପସ୍ଥାପନ କରିପାରନ୍ତି। ସରକାର ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଦିଆଯାଇଥିବା ପ୍ରତିଶୃତି ପୂରଣ କରିପାରନ୍ତି। କିନ୍ତୁ ଏହା ପରେ ମଧ୍ୟ ବିରୋଧୀମାନେ ରଣନୀତି କରିପାରନ୍ତି। ବିରୋଧୀ ଦଳମାନେ ନିଷ୍ପତ୍ତି ନେଇସାରିଛନ୍ତି ଯେ, ଏବେ ସେମାନେ ଏମ୍‌ଏସ୍‌ପି ଆଇନକୁ ନେଇ ସରକାର ଉପରେ ଚାପ ପ୍ରୟୋଗ କରିବେ। ଏହା ବ୍ୟତୀତ ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦାମକୁ ନେଇ ସରକାରଙ୍କ ବିରୋଧରେ ସ୍ବର ଉଠାଇପାରନ୍ତି। ସୂଚନାଯୋଗ୍ୟ, ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୨୩ ଯାଏଁ ଜାରି ରହିବ। ଏହାରି ମଧ୍ୟରେ ସରକାର ୨୬ଟି ବିଲ ଆଗତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଶୀତକାଳୀନ ଅଧିବେଶନ ରବିବାର ସର୍ବଦଳୀୟ ବୈଠକ ହୋଇଥିଲା। ଅପରାହ୍ନରେ ଏନ୍‌ଡିଏର ମଧ୍ୟ ଗୁରୁତ୍ବପୂର୍ଣ୍ଣ ମିଟିଂ ହୋଇଥିଲା। ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ନଭେମ୍ବର ୨୯ ପୂର୍ବାହ୍ନ ୧୦ଟାରେ ବିରୋଧୀ ଦଳର ବୈଠକ ଡାକିଛନ୍ତି। ଏହି ବୈଠକରେ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବେ। ବିରୋଧୀ ଦଳର ବୈଠକରେ ଦରବୃଦ୍ଧି ଓ‌ କୋଭିଡ-୧୯ରେ ପୀଡିତ ଅନୁକମ୍ପାମୂଳକ ରାଶି ଉପରେ ଚର୍ଚ୍ଚା ହୋଇପାରେ। 

Leave A Reply

Your email address will not be published.