ଶିକ୍ଷକଙ୍କୁ ବନ୍ଧୁକ ମୁନରେ କିଡନାପ ଉଦ୍ୟମ,ଦୁଇଜଣଙ୍କୁ ଧରି ପୋଲିସ୍‌ ଜିମା ଦେଲେ ଗାଁ ଲୋକେ

ତେଲକୋଇ,ନଭେମ୍ବର 28 : ଶିକ୍ଷକଙ୍କୁ ବନ୍ଧୁକ ମୁନରେ କିଡନାପ ଉଦ୍ୟମ । ଜଣେ ଦୁର୍ବୃତ୍ତ ଫେରାର ଥିବା ବେଳେ ଦୁଇଜଣଙ୍କୁ ଧରି ପୋଲିସ୍‌ ଜିମା ଦେଲେ ଗାଁ ଲୋକେ ।  ତେଲକୋଇ ଥାନା କମଳାଙ୍ଗ ଗାଁ ର ଶିକ୍ଷକ ରବିନ୍ଦ୍ର ସାହୁ ରାଉରକେଲାରୁ ତେଲକୋଇ ଫେରୁଥିବା ବେଳେ କଲା ଗାଁ ଟୁଲ ଗେଟ ନିକଟରୁ ତିନି ଦୁର୍ବୃତ୍ତ ବନ୍ଧୁକ ମୁନରେ କିଡନାପ କରିଥିଲେ । ତିନି ଦୁର୍ବୃତ୍ତ ପଲସର ବାଇକରେ ଆସି ଟୁଲଗେଟ ନିକଟରୁ ତାଙ୍କୁ କିଡନାପ କରି ଅନୁଗୁଳ ଜିଲ୍ଲାର ପାଲ୍ଲଲହଡା ଜାତୀୟ ରାଜପଥରେ ଯାଉଥିବା ବେଳେ ଜଣେ ବାଇକ ଆରୋହିକୁ ଧକ୍କା ଦେଇଥିଲା କାରଟି । ଫଳରେ କାରଟି ଅନୁଗୁଳ ଯିବା ପରିବର୍ତ୍ତେ ୪୯ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝର ଆଡକୁ ଯାଉଥିଲା । କାର ଭିତରେ ଫୋନ ଯୋଗେ ଶିକ୍ଷକଙ୍କ ପୁଅକୁ ଦୁଇଲକ୍ଷ ଟଙ୍କା ଦାବି କରୁଥିଲେ ଦୁର୍ବୃତ୍ତମାନେ। ସୌଭାଗ୍ୟ ବସତଃ କାରର ଟାୟାରଟି ବିଞ୍ଝବାହାଳ ପଞ୍ଚାୟତ ନିକଟ ନୁଆଡିହ ଗାଁ ପାଖରେ ପମ୍ପଚର ହୋଇଯାଇଥିଲା ।କାରର ଟାୟାର ଚେଞ୍ଜ ବେଳେ ଶିକ୍ଷକ ରବିନ୍ଦ୍ର ସାହୁଙ୍କୁ ଚିହ୍ନି ପାରିଥିଲେ ଗାଁ ଲୋକେ । ଶିକ୍ଷକଙ୍କ ମୁଣ୍ଡ ଫାଟି ରକ୍ତ ବହୁ ଥିବା ଦେଖି ଦୁଇ ଦୁର୍ବୃତ୍ତଙ୍କୁ ମାଡିବସିଲେ ଗ୍ରାମବାସୀ । ଘଟଣାସ୍ଥଳରୁ ଜଣେ ଦୁର୍ବୃତ୍ତ ଫେରାରହୋଇଥିବା ଜଣାପଡିଛି । ତିନି ଦୁର୍ବୃତ୍ତ ଅନୁଗୁଳ ଜିଲ୍ଲାର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୁଲିସର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.