ଗଞ୍ଜାମ ଜିଲ୍ଲାରେ ଅଭାବନୀୟ ଘଟଣା

ଗଞ୍ଜାମ, ନଭେମ୍ବର ୨୮ : ଗଞ୍ଜାମ ଜିଲ୍ଲାରେ ଅଭାବନୀୟ ଘଟଣା, ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ । ଏଭଳି ଏକ ଦୁଖଦ ଘଟଣା ଘଟିଛି ଭଞ୍ଜନଗର ଥାନା ଅଧୀନ ଜାମପଲ୍ଲୀ ରାମଚଣ୍ଡୀ ମନ୍ଦିର ନିକଟରେ । ଏଠାରେ ନଦୀରେ ଭାସିଯାଇ ଜଣେ ଯୁବକଙ୍କର ଆଜି ମୃତ୍ୟୁ ଘଟିଛି । ମୃତକ ଯୁବକ ଜଣକ ହେଲେ ଜାମପଲ୍ଲୀ ରୋଡ଼ର ଅନୀଲ ନାଇକ(୧୯) । ଅନୀଲ ସକାଳ ସମୟରେ ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ଘରକୁ ଆଉ ଫେରିନଥିଲେ ।

gpkandhamal

ଏହାପରେ ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ନଦୀରେ କିଛି ଦୂର ରାମଚଣ୍ଡୀ ମନ୍ଦିର ପଛ ପାଖ ନଦୀରେ ଅନୀଲ ଭାସୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଅନୀଲକୁ ମୃତ ଘୋଷଣା କରିଥିଲେ ଏହାପରେ ପୁଲିସ୍ ସେଠାରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Umasankar Adv
Leave A Reply

Your email address will not be published.