ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ନନ୍ଦ ସାର୍‌ କରୋନା ସଂକ୍ରମିତ

ଯାଜପୁର, ନଭେମ୍ବର ୩୦: ଯାଜପୁର ସୁକିନ୍ଦାର କାଣ୍ଟିରା ଗାଁର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ନନ୍ଦ କିଶୋର ପ୍ରୁଷ୍ଟି କରୋନା ସଂକ୍ରମିତ ହୋଇଛନ୍ତି । ଏବେ ସେ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ସେ ଗତ କିଛି ଦିନ ଧରି ଥଣ୍ଡା ଏବଂ ଜ୍ୱରରେ ପୀଡିତ ଥିଲେ। ଅସୁସ୍ଥତା ଅନୁଭବ କରିବାରୁ ଗତ୨୮ ତାଙ୍କ ପ୍ରଥମେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ତାଙ୍କ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ନଭେମ୍ବର ୨୯ ରେ ଯାଜପୁର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଏବଂ ପରେ ଟାଟା ଷ୍ଟିଲ ମେଡିକା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିଛି ଦିନ ତଳେ ନନ୍ଦ ସାର୍‌ଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ନାନିତ କରିଥିଲେ । ପୁରସ୍କାର ପ୍ରଦାନ ଉତ୍ସବ ସମୟରେ ନନ୍ଦ ସାର୍ ରାଷ୍ଟ୍ରପତିଙ୍କୁ ଆର୍ଶିବାଦ କରି ଚର୍ଚ୍ଚାକୁ ଆସିଥିଲେ । ଗତ କିଛି ଦିନ ତଳେ ଶିକ୍ଷକ ନନ୍ଦ କିଶୋର ପ୍ରୁଷ୍ଟୀଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ରବିବାର ଦିନ ଜମି ବିବାଦକୁ ନେଇ ତାଙ୍କୁ ଧମକ ଦିଆଯାଇଥିଲା। ଖବର ଅନୁଯାୟୀ, ନନ୍ଦ ସାର୍‌ଙ୍କ ପୁଅ ତାଙ୍କ ପିତାଙ୍କ ପାଇଁ ଔଷଧ ଆଣିବାକୁ ବାହାରକୁ ଯାଉଥିବା ବେଳେ କିଛି ଲୋକ ତାଙ୍କୁ ଅଟକାଇ ଥିଲେ। ଏହା ପରେ ସେମାନେ ତାଙ୍କୁ ଧମକ ଦେଇଥଲେ ଏବଂ ଯଦି ସେ ଜମି ବିବାଦ ସମାଧାନ ନକରନ୍ତି ତେବେ ତାଙ୍କ ପିତା (ନନ୍ଦା ସାର୍) ଙ୍କ ସହ ତାଙ୍କୁ ଧମକ ଦେଇଥିଲେ। ଏହି ଘଟଣା ବିଷୟରେ ପ୍ରଷ୍ଟିଙ୍କ ନାତି ଖାଗେଶ୍ୱର କହିଛନ୍ତି, “ବିବାଦୀୟ ଜମି ଉପରେ ମାମଲା କୋର୍ଟ ଖାରଜ କରିଦେଇଛନ୍ତି ତେଣୁ ମୁଁ ଏହା ଉପରେ ଏକ ଘର ନିର୍ମାଣ କଲି। ତେବେ ଉକ୍ତ ଜମିର ମାଲିକାନା ଦାବି କରୁଥିବା ଅନ୍ୟ ଦଳ ଗତକାଲି ମୋ ବାପାଙ୍କ ଉପରେ ଆକ୍ରମଣ କରି ମୋ ଜେଜେବାପାଙ୍କୁ ଧମକ ଦେଇଥିଲା। ”

Leave A Reply

Your email address will not be published.