Jio: ଆଜି ଶେଷ ସୁଯୋଗ, ଅଗ୍ରୀମ ରିଚାର୍ଜ କରି ସଞ୍ଚୟ କରିପାରିବେ ୨୦% ଟଙ୍କା

ନୂଆଦିଲ୍ଲୀ, ନଭେମ୍ବର ୩୦ : ରିଲାୟନ୍ସ ଜିଓ ପ୍ଲାନ ମହଙ୍ଗା ହୋଇଯାଇଛି। ୨୦୨୧ ଡିସେମ୍ବର ୧ ତାରିଖ ଠାରୁ ନୂଆ ଦର ଲାଗୁ ହୋଇଯିବ। ଗ୍ରାହକଙ୍କୁ ସେବା ଦର ବର୍ତ୍ତମାନ ତୁଳନାରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। କିନ୍ତୁ ଗ୍ରାହକମାନେ ନିଜର ଟଙ୍କା ବଞ୍ଚାଇବା ପାଇଁ ଏକ ବିକଳ୍ପ ମାଧ୍ୟମ କରିପାରିବେ। ୨୦୨୧ ନଭେମ୍ବର ରାତି ୧୧ଟା ୫୯ ମିନିଟ ପୂର୍ବରୁ ମୋବାଇଲ ରିଚାର୍ଜ କଲେ ବର୍ତ୍ତମାନ ଟାରିଫ ଲାଗୁ ହେବ। ରାତି ୧୨ଟା ପରେ ନୂଆ ଦର ଲାଗୁ ହୋଇଯିବ, ଯାହା ଦ୍ବାରା କି ଗ୍ରାହକଙ୍କୁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ। ତେବେ ୪୮୦ ଟଙ୍କା ବଞ୍ଚାଇବା ପାଇଁ ଆଜି ଗୋଟିଏ ଦିନ ବାକି ଅଛି। ଜିଓ ବାର୍ଷିକ ପ୍ଲାନ ରିଚାର୍ଜ କଲେ ୪୮୦ଟଙ୍କା ସଞ୍ଚୟ ହେବ। ଜିଓର ବାର୍ଷିକ ପ୍ଲାନ ୨୩୯୯ (ଦୈନିକ ୨ଜିବି ଡାଟା, ଅନଲିମିଟେଡ କଲିଂ, ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌)ଟଙ୍କାରେ ମିଳୁଛି। ଆପଣ ଯଦି ଏହି ପ୍ଲାନକୁ ଡିସେମ୍ବର ୧ ତାରିଖରେ ରିଚାର୍ଜ କରିବେ, ତାହେଲେ ୨୮୭୯ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କଂପାନୀର ୱେବସାଇଟରେ ଉଲ୍ଲେଖ ରହିଛି ଯେ, ଅଗ୍ରୀମ ରିଚାର୍ଜ କରନ୍ତୁ ଏବଂ ୨୦ ପ୍ରତିଶତ ଟଙ୍କା ସଂଚୟ କରନ୍ତୁ। 

Leave A Reply

Your email address will not be published.