ବାତ୍ୟା ମୁକାବିଲା ପାଇଁ ମୋଦିଙ୍କ ସମୀକ୍ଷା

ନୂଆଦିଲ୍ଲୀ, ଡିସେମ୍ବର ୨ : ଘନଉଛି ବାତ୍ୟା ବିପଦ । ଓଡ଼ିଶା ଓ ଆନ୍ଦ୍ର ମୁହାଁ ବାତ୍ୟା ଜୱାଦ । ସାମ୍ଭାବ୍ୟ ଘୂର୍ଣ୍ଣିଝଡକୁ ନେଇ ଏବେଠାରୁ ଅଶାନ୍ତ ହେଲାଣି ସମୁଦ୍ର । ଜୱାଦ ପାଇଁ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ୱାଣ୍ଣିଂ ଜାରି କରାଯାଇଥିବା ବେଳେ ଆଜି ଏହି ପ୍ରସଙ୍ଗକୁ ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଆଇଏମଡି ମୃତୁଞ୍ଜୟ ମହାପାତ୍ରଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ବୈଠକରେ ବିଶେଷ ଭାବରେ ଓଡ଼ିଶା ଓ ଆନ୍ଧ୍ର ଉପରେ ସାମ୍ଭାବ୍ୟ ପ୍ରଭାବ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ସ୍ଥଳ ଭାଗ ଆଡେ ମାଡି ଆସୁଛି । ଯାହାକୁ ନେଇ ବାତ୍ୟା ଭୟ ବଢିଛି । ଜୱାଦର ସର୍ବାଧିକ ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୧୦୦ କିମି ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ବର୍ତ୍ତମାନ ଏହା ୱେଲମାର୍କ ଲୋପ୍ରେସରରେ ରହିଥିବା ବେଳେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଡିପ୍ରେସନ୍‌ରେ ପରିଣତ ହେବ ଜୱାଦ । ଏହା ଡିପ୍ରେସନ୍‌ରେ ପରିଣତ ହେବା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହୋଇପାରିବ ଏବଂ ପ୍ରକୃତରେ ଏହା କେଉଁଠି ମାଡ଼ ହେବ ତଥା ସ୍ଥଳଭାଗ ଛୁଇଁବ ତାହା ମଧ୍ୟ ସ୍ପଷ୍ଟ ହୋଇପାରିବ ।ବତ୍ତର୍ମାନର ଆକଳନ ଅନୂଯାଇ ବାତ୍ୟା ଜୱାଦ ଓଡ଼ିଶା ଓ ଆନ୍ଧ୍ର ମଝିରେ ହିଁ ଳ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି ।

Leave A Reply

Your email address will not be published.