ଆଜିଠୁ ବଢିଲା ଦିଆସିଲି ଦର

ଗୋଟିଏ ପଟେ ପେଟ୍ରୋଲ, ଡିଜେଲ ଓ ଖାଇବା ତେଲର ଦାମ ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ପୁଣି ଏବେ ଦୈନିକ ବ୍ୟବହୃତ ଦିଆସିଲିର ଦାମ ୧୪ ବର୍ଷ ପରେ ପୁଣି ବୃଦ୍ଧି ପାଇଛି । ଆଜିଠାରୁ ୧ ଟଙ୍କାରେ ମିଳୁଥିବା ଦିଆସିଲି ପ୍ୟାକେଟ ପାଇଁ ଆପଣଙ୍କୁ ୨ ଟଙ୍କା ଦେବାକୁ ପଡିବ । ଏନେଇ ଦେଶରେ ୫ ଟି ପ୍ରମୁଖ ଦିଆସିଲି ଉଦ୍ୟେଗ ତରଫରୁ ନିଷ୍ପତ୍ତି ନିଆଯାଇଥିଲା । କହିରଖୁ କି ୨୦୦୭ ମସିହା ପୂର୍ବରୁ ଦିଆସିଲିର ଦାମ ୫୦ ପଇସା ପ୍ରତି ପ୍ୟାକେଟ ରହିଥିଲା । ୨୦୦୭ ରେ ଦିଆସିଲି ଉଦ୍ୟେଗମାନେ ମିଳିତ ଭାବେ ଏହି ଦାମକୁ ୫୦ ପଇସାରୁ ୧ ଟଙ୍କାକୁ ବୃଦ୍ଧି କରିଥିଲେ । ହେଲେ ଗୁରୁବାର ଦିନ ଶିବକାଶୀ ଠାରେ ସର୍ବଭାରତୀୟ ଚେମ୍ବର ଅଫ୍ ମାଚିସ ବୈଠକରେ ନିଷ୍ପତ୍ତି ନିଆଯାଇଛି କି ଡିସେମ୍ବର ମାସ ଠାରୁ ପ୍ରତି ପ୍ୟାକେଟ ଦିଆସିଲିର ଦାମ ୨ ଟଙ୍କାକୁ ବୃଦ୍ଧି କରାଯିବ ।

Leave A Reply

Your email address will not be published.