ରାଜ୍ୟରେ ଆଉ ୩ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ଡିସେମ୍ବର ୩ : ରାଜ୍ୟରେ ତଳ ଉପର ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୧୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଆଜି ୩ ଜିଲ୍ଲାରୁ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ୧୦୪୯୮୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୨୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୮୯୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  

Leave A Reply

Your email address will not be published.