ଚାକିରୀ ଲୋଭ ଦେଖାଇ ମେଟ୍ରୋ‌ ଷ୍ଟେସନ ନିକଟରେ ନାବାଳିକାକୁ କାର ଭିତରେ ୩ ଦିନ ଦୁଷ୍କର୍ମ

ନୂଆଦିଲ୍ଲୀ, ଡିସେମ୍ବର ୦୩ : ନାବାଳିକାଙ୍କ ହ୍ବାଟ୍‌ସଅପ୍‌ରେ ଜଣେ ଅଜଣା ଯୁବକଙ୍କ ମ୍ୟାସେଜ୍‌ ଆସିଲା। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହେଲା।   ଯୁବକ ଜଣକ ନାବାଳିକାଙ୍କୁ ଦେଖା କରିବା ପାଇଁ ରାଷ୍ଟ୍ରୀୟ ରାଜଧାନୀ ନୂ୍ଆଦିଲ୍ଲୀର ଦିଲଶାଦ ଗାର୍ଡେନ ମେଟ୍ରୋ ଷ୍ଟେସନ ଡାକିଥିଲା। ଅଭିଯୋଗ ଯେ, ନାବାଳିକା ୩ ଦିନ ଯୁବକଙ୍କୁ ଭେଟିବାକୁ ଆସିଥିଲା ଏବଂ ପ୍ରତ୍ୟେକ ଥର କାର ଭିତରେ ଦୁଷ୍କର୍ମର ଶିକାର ହୋଇଥିଲା। ଅଭିଯୁକ୍ତ ଯୁବକ ନାଁରେ ଦୁଷ୍କର୍ମ ଓ ପକ୍ସୋ ଆଇସ ସମେତ ଏକାଧିକ ଧାରାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ ଗିରଫ କରିବାକୁ ଖୋଜୁଛି।  ପୋଲିସ ସୂତ୍ର ଅନୁସାରେ ବୁଧବାର ରାତି ପାଖାପାଖି ୧୧ଟା ୩୫ରେ ଦିଲଶାଦ ଗାର୍ଡେନ ମେଟ୍ରୋ ଷ୍ଟେସନର ପାଖାପାଖି ଜଣେ ନାବାଳିକ ଠାରୁ ଦୁଷ୍କର୍ମ ନେଇ କଲ ଆସିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ସେଠାରେ ୧୭ ବର୍ଷୀୟ ନାବାଳିକା ସହିତ ତା’ର ଭଉଣୀ ମଧ୍ୟ ଥିଲା। ପୀଡିତା ପୋଲିସକୁ କହିଛି ଯେ, ସେ ପରିବାର ଲୋକଙ୍କ ସହିତ ସୁଲତାନପୁରୀ ଅଞ୍ଚଳରେ ରହେ। କିଛି ଦିନ ପୂର୍ବରୁ ଏକ ଅଜଣା ନମ୍ବରରେ ଏକ ହ୍ବାଟସ୍‌ଆପ୍‌ ମେସେଜ ଆସିଥିଲା। ଏହା ପରେ ଏହି ନମ୍ବରରେ କଲ ମଧ୍ୟ ଆସିଥିଲା। ଯେଉଁ ଯୁବକ କଲ କରିଥିଲା, ସେ ନିଜକୁ ବିଜୟ ଭାରତୀ ନାଁରେ ପରିଚୟ ଦେଇଥିଲା। 

Leave A Reply

Your email address will not be published.