ସୁନା ଦୋକାନରୁ ସଟର ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଭୁବନେଶ୍ୱର, ଡିସେମ୍ବର ୬ : ଭୁବନେଶ୍ୱର ଡେଲଟା ଛକରେ ଥିବା ଏକ ସୁନା ଦୋକାନରୁ ଲୁଟ ହୋଇଛି । ଦୋକାନର ସଟର ତାଡି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଶନିବାର ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି । ଏନେଇ ଅଳଙ୍କାର ଦୋକାନର ମାଲିକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।  ଲୁଟେରାମାନେ ଦୋକାନର ସଟରକୁ କାଟି କାଚ ଭାଙ୍ଗି ସୁନା, ଦେଢଲକ୍ଷ ନଗଦ ଟଙ୍କା ଓ ୧୦ କିଲୋଗ୍ରାମ ରୂପା ନେଇଥିବା ଦୋକାନୀ ଜଣକ ଅଭିଯୋଗ କରିଛନ୍ତି । ଏହାସହିତ ଦୋକାନରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କ ବି ଲୁଟେରାମାନେ ଚୋରି କରିନେଇଥିବା ଅଭିଯୋଗ ହୋଇଛି ।  ସେପଟେ ଖଣ୍ଡଗିରି ଥାନା ପୋଲିସ ଛାନଭିନ ଆରମ୍ଭ କରିଛି । ନିକଟରେ ଥିବା ସିସିଟିଭି ସହାୟତାରେ ଯାଞ୍ଚ କରାଯାଉଛି । ଏହାସହିତ ଫରେନ୍ସିକ ଟିମ ସୁନା ଦୋକାନରେ ପହଞ୍ଚି ନମୁନା ସଂଗ୍ରହ କରିଛି । ଘଟଣାସ୍ଥଳରୁ ଅଧାକଟା ସଟର, ଗହଣା କୋଦାନର କବାଟ, ସୁନା ବାକ୍ସ ଏବଂ କ୍ୟାସ୍ ଡ୍ରରୁ ଫିଙ୍ଗର ପ୍ରିଣ୍ଟ ନମୁନା ସଂଗ୍ରହ କରିଛି । ମୋଟ ୩ ଜଣ ଲୋକଙ୍କ ଫିଙ୍ଗର ପ୍ରିଣ୍ଟ୍ ଠାବ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.