ବିଦେଶରୁ ଆଗ୍ରା ଆସିଥିଲେ ୧୦୦ ପର୍ଯ୍ୟଟକ, ନିଖୋଜ ହୋଇଯିବା ପରେ ବଢ଼ିଲା ପ୍ରଶାସନର ଚିନ୍ତା

ଆଗ୍ରା, ଡିସେମ୍ବର ୦୬ : କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟକୁ ନେଇ ଉତ୍ତର ପ୍ରଦେଶର ଆଗ୍ରା ସ୍ବାସ୍ଥ୍ୟ ବିଭାଗ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। ତାଜମହଲ ଯୋଗୁଁ ବିଦେଶୀ ଓ ଦେଶୀ ପର୍ଯ୍ୟଟକଙ୍କ ପାଇଁ ହଟସ୍ପଟ ହୋଇଛି। ବିଦେଶୀ ଯାତ୍ରୀମାନଙ୍କର ବାଧ୍ୟତାମୂଳକ ଭାବେ ସ୍କ୍ରିନିଂ କରାଯାଉଛି। ବିଗତ ଦିନରେ ଆଗ୍ରା ଆସିଥିବା ୧୦୦ ଜଣ ପର୍ଯ୍ୟଟକଙ୍କର ଟ୍ରେସ୍‌ କରାଯାଇ ପାରି ନାହିଁ। ସ୍ବାସ୍ଥ୍ୟ ବିଭାଗ ଲୋକଙ୍କୁ ଅପିଲ କରିଛି ଯେ ଯଦି କୌଣସି ହସ୍ପିଟାଲ ଅଥବା କ୍ଲିନିକରେ ଚିକିତ୍ସା କରାଇବାକୁ ଆସିଥିବେ, ତତ୍କାଲ କଣ୍ଟ୍ରୋଲ ରୁମକୁ ସୂଚନା ଦିଅନ୍ତୁ।  ସ୍ବାସ୍ଥ୍ୟ ବିଭାଗ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ଆଗ୍ରା ଜିଲ୍ଲା ନଭେମ୍ବର ୩୦ରେ ଆଲର୍ଟ ଜାରି କରିଥିଲା। ସ୍ବାସ୍ଥ୍ୟ ବିଭାଗ ୫୬ଟି ଦେଶର ଯାତ୍ରୀଙ୍କୁ ଓମିକ୍ରନ୍‌ର ବିପଦ ଭାବୁଛି। ତାଜନଗରୀରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାସପୋର୍ଟ ଟ୍ରାକିଂ ଏବଂ ତାଙ୍କର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲା।  ସୂତ୍ର ଅନୁସାରେ ବିଗତ ୧୫ ଦିନ ମଧ୍ୟରେ ବିଦେଶରୁ ୧୫୦ ଜଣ ଯାତ୍ରୀ ତାଜମହଲ ବୁଲିବାକୁ ଆସିଛନ୍ତି। ୪୦ ଜଣଙ୍କର ଯାଞ୍ଚ ହୋଇଛି। ୩ ଜଣଙ୍କର ରିପୋର୍ଟ ଆସିନାହିଁ। ୩୭ ଜଣଙ୍କର ନେଗେଟିଭ ଆସିଥିଲା। ୧୦୦ରୁ ଅଧିକ ବିଦେଶୀ ନାଗରିକ ହେଟେଲରେ ଥିଲେ। କିନ୍ତୁ ସେମାନେ ବିନା କାହାରିକୁ ସୂଚନା ନ ଦେଇ ହୋଟେଲ ଛାଡ଼ିଛନ୍ତି।   

Leave A Reply

Your email address will not be published.