ଅଟୋରୁ ଜବତ ହେଲା ଗଞ୍ଜେଇ

ବାଲିଗୁଡା, ଡିସେମ୍ବର ୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦୀଗାଁ ରାସ୍ତାରେ ବିପୁଳ ପରିମାଣର ଗଞ୍ଜେଇ ପୋଲିସ ଜବତ କରିଛି । ଏକ କ୍ୱିଣ୍ଟାଲ ପଚାଶ କିଲୋ ଛଅ ଶହ ପଚାଶ ଗ୍ରାମର ଗଞ୍ଜେଇ ସହ ଏକ ଅଟୋକୁ ଜବତ କରିଛି ପୋଲିସ । ଏହାସହିତ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି ।  ସୂଚନା ଅନୁସାରେ, ବାଲିଗୁଡା ଥାନା ଏସଆଇ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ସିନ୍ଦ୍ରୀଗାଁ ଅଞ୍ଚଳ ରାସ୍ତାରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ଅଟୋକୁ ଯାଞ୍ଚ କରିଥିଲା । ସେଥିରୁ ଗଞ୍ଜେଇ ମିଳିଥିଲା । ଏହି ଗଞ୍ଜେଇ ବାହାର ଜିଲ୍ଲାକୁ ବେଆଇନ ଭାବେ ଚୋରାଚାଲାଣ ହେଉଥିବା ନେଇ ପୋଲିସ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ।  ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାଲିଗୁଡା ଥାନା ଅଞ୍ଚଳ ମହାସିଂ ପାଙ୍ଗାର ବିଦ୍ୟାଧର ମଳିକ । ଏନେଇ ବାଲିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବାଲିଗୁଡା ଥାନାରେ ମାମାଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବାବା ଶଙ୍ଗର ସରାଫ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.