ଆଜିଠୁ ବଦଳିବ ପାଗ

ଭୁବନେଶ୍ୱର, ଡିସେମ୍ବର ୬ : ସୋମାବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ବଦଳିବ । କୋହଲା ପାଗରେ ପରିବର୍ତ୍ତନ ହୋଇ ଖରାଟିଆ ପାଗ ହେବ । ଗଞ୍ଜାମ ଓ ଗଜପତିରେ ଦିନରେ ଶୁଖିଲା ପାଗ ହେବ । ରାଜ୍ୟର ବାକି ସ୍ଥାନରେ ମଙ୍ଗଳବାର ଠାରୁ ଖରା ପାଗ ହେବ । ଆଉ ବିଶେଷ ବର୍ଷା ହେବାର ସମ୍ଭାବନା ନଥିବା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।  ବାତ୍ୟା ଜୱାଦର ପ୍ରଭାବ ରବିବାର ରାତି ସୁଦ୍ଧା ଦୁର୍ବଳ ହୋଇଛି । ପ୍ରଥମେ ଗଭୀର ଅବପାତରୁ ଖସିବା ପରେ ରାତି ସୁଦ୍ଧା ଏହା ଲଘୁଚାପକୁ ଖସିଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା । ଲୋମବାର ସକାଳ ସୁଦ୍ଧା ଏହା ଓଡିଶା ଉପକୂଳ ଡେଇଁ ପଶ୍ଚିମବଙ୍ଗକୁ ମୁହାଁଇବ । ସେହିପରି ସୋମବାର ଆଉ ବର୍ଷା ହେବା ନାହିଁ । ଉତ୍ତର ଉପକୂଳର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ମୟୂରଭଞ୍ଜ, ବାଲେଶ୍ୱ. ଭଦ୍ରକ, ଯାଜପୁର ଜିଲ୍ଲାରେ ସୋମାବାର ସାମାନ୍ୟ ବର୍ଷା ହୋଇପାରେ ବୋଲି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ସେହିପରି ରାଜ୍ୟରେ ଶୀତ ପ୍ରବାହ ପରିବର୍ତ୍ତିତ ରହିବ । ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଶୀତ ଜାରି ରହିବ । ୧୧ ଓ ୧୨ ତାରିଖରେ ଶୀତ କମିବ । ସେହିପକି ଆଭ୍ୟନ୍ତରୀଣ ଓଡିଶାରେ ୧୦ ଓ ୧୧ ତାରିଖରେ ୬ ଡିଗ୍ରୀ ପର୍ଯ୍ୟନ୍ତ ଶୀତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.