ଗୃହର ସମସ୍ତ ସଭ୍ୟ ବିଶୃଙ୍ଖଳିତ ହେଲେ ବାଚସ୍ପତି ନାଚାର

ଭୁବନେଶ୍ୱର,ଡିସେମ୍ବର ୭: ଚଳିତ ଶୀତକାଳିନ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଗୃହରେ ଲାଗି ରହିଛି ଅଚଳାବସ୍ତା । ପ୍ରଥମେ ଗୃହରେ ବିରୋଧୀ ହଟ୍ଟଗୋଳ କରୁଥିବାବେଳେ ଏବେ ସରକାରୀ ଦଳର ବିଧାୟକମାନେ ମଧ୍ୟ ଗୃହକାର୍ଯ୍ୟକୁ ବାଧାପ୍ରାପ୍ତ କରୁଥିବା ବାଚସ୍ପତି କହିଛନ୍ତି । ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଥିବାରୁ ନିଜର ଅସହାୟତା ଜାହିର କରିଛନ୍ତି ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର । ବାଚସ୍ପତି କହିଛନ୍ତି ଗତ କାଲି ସର୍ବଦଳୀୟ ବୈଠକ ପରେ ଗୃହ ଚାଲିବା ନେଇ ରାସ୍ତା ବାହାରିଥିବା ଆଶା କରାଯାଉଥିଲା – କିନ୍ତୁ ଆଜି ଗୃହ ଆରମ୍ଭରୁ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଘଣ୍ଟ ଘଣ୍ଟା ବାଡେଇ ଗୃହ ମଧ୍ୟ ଭାଗକୁ ଆସି ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଏହା ସହିତ ସରକାରୀ ଦଳର ବିଧାୟକମାନେ ମଧ୍ୟ ପାଣି ଛିଞ୍ଚାଡି ପ୍ରଦର୍ଶନ କରିଥିଲେ। 

ଯଦି ସମସ୍ତ ବିଧାୟକ ବିଧାନସଭା ଚଲାଇବାକୁ ପ୍ରସ୍ତୁତ ନୁହନ୍ତି କିମ୍ବା ବିଧାନସଭା ଆସିବାର ଉଦେଶ୍ୟ ନେଇ ସେମାନେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ନୁହନ୍ତି ସେଠି ବାଚସ୍ପତି ନାଚାର ବୋଲି ସେ କ୍ଷୋବ ପ୍ରକାଶ କରିଛନ୍ତି । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଜଣେ ବା ଦୁଇ ଜଣ ବିଧାୟକ ବିଶୃଙ୍ଖଳିତ ହୁଅନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଯଦି ସମସ୍ତ ସଭ୍ୟ ବିଶୃଙ୍ଖଳିତ ହେଲେ କିଛି କରାଯାଇପାରିବ ନାହିଁ । ଗୃହକାର୍ଯ୍ୟ ଚାଲୁ ରଖିବା ପାଇଁ ଚିନ୍ତାଧାରାରେ ପରିବର୍ତ୍ତନର ଆବଶ୍ୟକ ଅଛି ବୋଲି ସେ କହିଛନ୍ତି । 

Umasankar Adv
Leave A Reply

Your email address will not be published.