ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍‌

ଭୁବନେଶ୍ୱର, ଡିସେମ୍ବର : ପରଲୋକରେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍ । ୧୦୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ପରଲୋକ ନେଇ ନନ୍ଦ ସାରଙ୍କ ନାତି ଖଗେଶ୍ୱର ପୃଷ୍ଟି ସୂଚନା ଦେଇଛନ୍ତି ।  କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ନନ୍ଦ ସାର । ଆଜି ଦିନ ୧ଟା ୨୮ରେ ପରଲୋକ ନେଇ ସମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚାଟଶାଳୀ ପିଲାଙ୍କୁ ପାଠ ପଢାଇ ଚର୍ଚ୍ଚାରେ ଥିଲେ ନନ୍ଦ ସାର । ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀଗ୍ରହଣ କରିଥିଲେ ।  ସୂଚନା ଅନୁସାରେ, କିଛି ଦିନ ତଳେ ନନ୍ଦ ସାର୍ ଅସୁସ୍ଥ ଅନୁଭବ କରି ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ସେଠାରୁ ତାଙ୍କୁ କଳିଙ୍ଗ ନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିଲେ ।  ସେହିପରି ନଭେମ୍ବର ୯ ତାରିଖରେ ନନ୍ଦ କିଶୋର ପୃଷ୍ଟି ଆଜୀବନ ଶିକ୍ଷକତା ପାଇଁ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନିତ ହୋଇଥିଲେ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର କନ୍ତିରା ଗାଁର ନନ୍ଦ ସାର୍ ୭୫ ବର୍ଷ ହେଲାଣି ନିସ୍ୱାର୍ଥପର ଭାବେ ଗାଁ ଛୁଆଙ୍କୁ ପାଠ ପଢାଇ ଆସୁଥିଲେ । ମାତ୍ର ଏଥିପାଇଁ ସେ କୌଣସି ପାରିଶ୍ରମିକ ମଧ୍ୟ ନେଉନଥିଲେ । ଯେଉଁଥି ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.