୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା

ଭୁବନେଶ୍ୱର, ଡିସେମ୍ବର ୮ : ୬ ଦିନିଆ ରିମାଣ୍ଡରେ ଆସିବେ ଠକ ପ୍ରଜ୍ଞା । ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । ରିମାଣ୍ଡର ଏହି ଅବଧି ସମୟରେ ଅନେକ ଠକେଇ ଲିଙ୍ଗରାଜ ଥାନା ପୋଲିସ ଗୁମର ଖୋଲିବ ।  ସୂଚନା ଅନୁସାରେ, କିଛି ଦିନ ତଳେ ରାଜଧାନୀରୁ ଠକ ପ୍ରଜ୍ଞା ପ୍ରକାଶ ନାୟକଙ୍କୁ ଗିରଫ କରାଯାଇଥିଲା । ପ୍ରଜ୍ଞା ପ୍ରକାଶ ବିରୋଧରେ ୨ କୋଟିରୁ ଅଧିକ ଠକେଇ ଅଭିଯୋଗ ଆସିଛି । ଯାହାକୁ ନେଇ ପୋଲିସ ଖୋଲତାଡ କରୁଛି । ଏବେ ପ୍ରଜ୍ଞାରୁ ଆଉ କେତେ ଠକେଇ କରିଛି ସେନେଇ ଲିଙ୍ଗରାଜ ପୋଲିସ ଛାନଭିନ୍ ଜାରି ରଖିଛି ।  ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ଠକ ପ୍ରଜ୍ଞାଙ୍କୁ ୬ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି । ଯାହାର ଅବଧି ଆଜିଠାରୁ ଆରମ୍ଭ ହୋଇଛି । ତେବେ ଏହି ରିମାଣ୍ଡ ଅବଧି ସମୟରେ ଅନେକ ଠକେଇ ଗୁମର ଖୋଲିବ ଲିଙ୍ଗରାଜ ଥାନା ପୋଲିସ । ଅନ୍ତଜାତୀୟ ସ୍ତରରେ ମଧ୍ୟ ପ୍ରଜ୍ଞା ପ୍ରକାଶ ଠକି ଥିବା ନେଇ ଲିଙ୍ଗରାଜ ଥାନା ପୋଲିସ ସନ୍ଦେହ କରୁଛି ।  

Leave A Reply

Your email address will not be published.