ଆଜି ବି ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର, ଡିସେମ୍ବର ୧୦ : ଆଜି ବି ଚାଲିପାରୁନି ଗୃହ । ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହିତ ବିରୋଧୀ ଘଣ୍ଟମାଡ କରିଥିଲେ । ୧୧ଟା ୩୦ ଯାଏଁ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି ।  ବିଧାନସଭାରେ ଆଜି ବି ମମିତା ମେହେର ହତ୍ୟାକାଣ୍ଡ ଘଟଣା ଉଠିଛି । ବିଜେପି ଓ କଂଗ୍ରେସର ସଦସ୍ୟମାନେ ଗୃହ ମଧ୍ୟ ଭାଗରେ ଘଣ୍ଟ ବାଡେଇବା ସହ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଛନ୍ତି । ଡିସେମ୍ବର ୧ରୁ ବିଧାନସଭା ଆରମ୍ଭ ହୋଇଥିବା ବେଳେ ଆଜି ଯାଏଁ ପ୍ରଶ୍ନକାଳ ଚାଲିପାରୁନି ।  ବିଧାନସଭାରେ ହିଁ ମମିତା ଝଡ ଲାଗି ରହିଛି । ମମିତା ଝଡରେ ହିଁ ଗୃହ ତାତି କରି ରହିଛି । ଯାହା ଫଳରେ ଏଯାଏଁ କୌଣସି ବିଷୟ ବିଶେଷ ଭାବେ ଆଲୋଚନା ହୋଇପାରିନାହିଁ । 

Leave A Reply

Your email address will not be published.