ଏସଟିଏଫ୍ ପଞ୍ଝାରେ ୨ ବେପାରୀ

ଭୁବନେଶ୍ୱର, ଡିସେମ୍ବର ୧୦ : କଠୋର ଆଇନ ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପରେ ବି ବନ୍ୟଜନ୍ତୁଙ୍କ ଉପରୁ ହଟୁନି ବିପଦ । ଅପରାଧୀଙ୍କ ଲୋଭର ଶୀକାର ହେଉଛନ୍ତି ବନ୍ୟଜନ୍ତୁ । ଯାହା ଫଳରେ ଅଙ୍ଗପ୍ରତ୍ୟଙ୍ଗ ଭାବରେ ମୋଟା ଅର୍ଥ କାରବାର ହେଉଛି । ଏହାରି ଭିତରେ ୨ ଜଣ ହରିଣ ଛାଲ ବେପାରୀ ଏସଟିଏଫ୍ ପଞ୍ଝାରେ ପଡିଛନ୍ତି ।  ସେମାନଙ୍କ ନିକଟରୁ ୫ଟି ହରିଣ ଛାଲ ଜବତ କରାଯାଇଛି । ଗିରଫ ଦୁଇ ଜଣ ହେଲେ ପୁରୀ ବଳଙ୍ଗା ଅଞ୍ଚଳର କୃଷ୍ଣଚନ୍ଦ୍ର ସ୍ୱାଇଁ ଓ ପୁରୀ ଗୋପ ଅଞ୍ଚଳର ସୁନୀଲ କୁମାର ପଲେଇ । ବାଲିପାଟଣା ଫରେଷ୍ଟ ରେଞ୍ଜ ଭିତରୁ ହରିଶ ଶିକାର କରି ତାର ଛାଲକୁ ବିକ୍ରି କରିବା ପାଇଁ ଉଭୟ ଯୋଜନା କରୁଥିଲେ । ସୂଚନା ଅନୁସାରେ, ୨୦୨୦ ମସିହାରୁ ବର୍ତ୍ତମାନ ସୁଦ୍ଧା ୭ଟି ହରିଣ ଛାଲ ଏସଟିଏଫ ଜବତ କରିଛି । ଏହାସହିତ ୨୧ଟି ବାଘ ଛାଲ, ୧୨ଟି ହାତୀ ଦାନ୍ତ, ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରିବା ସହିତ ପାଖାପାଖି ୫୦ ଜଣଙ୍କୁ ଏସଟିଏଫ ଗିରଫ କରିଥିବା ଜଣାପଡିଛି ।

Leave A Reply

Your email address will not be published.