ଓଡ଼ିଶାରେ ନାହିଁ ଓମିକ୍ରନ୍ ଭୟ, ଆସିଲା ପଠାଯାଇଥିବା ୨୪୬ ଟି ସାମ୍ପଲ ରିପୋର୍ଟ

ଭୁବନେଶ୍ୱର,ଡିସେମ୍ବର 10 : ଓଡ଼ିଶାରେ ନାହିଁ ଓମିକ୍ରନ୍ ଭୟ । ଜିନମ ସିକ୍ୟୁଏନ୍ସ ପାଇଁ ଆଇଏଲଏସ ଆସିଥିବା ୨୪୬ ସାମ୍ପଲରେ ଓମିକ୍ରନ୍ ନାହିଁ । ଏନେଇ ଆଇଏଲଏସ୍ ପକ୍ଷରୁ ସୁଚନା ମିଳିଛି । ପୂର୍ବରୁ ଜିନମ ସିକ୍ୟୁଏନ୍ସ ପାଇଁ ୧୪୧ଜଣଙ୍କ ନମୁନା ଆଇଏଲଏସ କୁ ଆସିଥିଲ । ୧୪୧ ଜଣଙ୍କ ନମୁନାରେ ମଧ୍ୟ ଓମିକ୍ରନ୍ ମିଳିନଥିଲା । ତେବେ ବର୍ତ୍ତମାନ ଏହା ସବୁଠାରୁ ବଡ଼ ଖବର ହୋଇଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଏହା ଆଶ୍ୱସ୍ତିକର ଖବର ପାଲଟିଛି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ଯେ ରାଜ୍ୟରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇନାହିଁ । ଏହାସହିତ ଓମିକ୍ରନର ମୁକାବିଲା କରିବା ପାଇଁ ସରକାର ପୂରା ପ୍ରସ୍ତୁତ ରହିଛନ୍ତି ।  ସେହିପରି ବର୍ତ୍ତମାନ ସୁଦ୍ଧା ଏୟାର ସୁବିଧା ପୋର୍ଟାଲରେ ୧୨୮୬ ଜଣ ପଞ୍ଜୀକରଣ କରିଛନ୍ତି । ତେବେ ଗଞ୍ଜାମ, କଟକ, ଖୋର୍ଦ୍ଧା, ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ବ୍ୟକ୍ତି ରହିଛନ୍ତି । ସେହିପରି ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ ପଜିଟିଭ ଚିହ୍ନଚ ହୋଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.