ଶିିକ୍ଷାନୁଷ୍ଠାନରେ ମାଡୁଛି କରୋନା, ସଂକ୍ରମଣର ଚେନ୍ ଭାଙ୍ଗିବାକୁ ପଦକ୍ଷେପ ନେଉଥିବା ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର, ଡିସେମ୍ବର ୧୦ : ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ଧୀରେ ଧୀରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି । ମାତ୍ର ସ୍କୁଲ ଖୋଲିବାର କିଛି ଦିନ ପରେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି । ତେବେ ସ୍କୁଲରେ ସଂକ୍ରମଣ ବୃଦ୍ଧି ହେବାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରତିକ୍ରିୟା ଦେଇଛନ୍ତି ।  ସେ କହିଛନ୍ତି ଯେ, କେତେକ ସ୍କୁଲରେ ସଂକ୍ରମିତ ଥିବା ନଜରକୁ ଆସିଛି । ଥଣ୍ଡା ଜ୍ୱର ବା ସାମାନ୍ୟ ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟିଂ କରାଯାଉଛି । ବିଭାଗ ପକ୍ଷରୁ କରାଯାଇଥିବା ଏସଓପିକୁ କଡାକଡି ଭାବେ ପାଳନ କରାଯାଉଛି । ସେହିପରି ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।  ସେପଟେ ସ୍କୁଲରେ ଡ୍ରପ୍ ଆଉଟ୍ ସଂଖ୍ୟା ବୃଦ୍ଧିକୁ ନେଇ ଯେଉଁ ଖବର ଆସିଛି ସେଥିରେ କୌଣସି ସତ୍ୟତା ନହିଁ । ହଜାରରୁ ଅଧିକ ମାଇଗ୍ରସନ ହଷ୍ଟେଲ ବନ୍ଦ ହୋଇଥିବା ଯୋଗୁଁ ପ୍ରାୟ ୮ ହଜାର ଛାତ୍ରଛାତ୍ରୀ ସ୍କୁଲ ଆସିପାରିନାହାନ୍ତି । ସ୍କୁଲ ଆସିବାକୁ ନେଇ ଅଭିଭାବକଙ୍କ ସହମତି ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରୁଛନ୍ତି ।

Leave A Reply

Your email address will not be published.