ପରିବହନ ବିଭାଗର ରେକର୍ଡ ସଂଖ୍ୟକ ରାଜସ୍ଵ ଆଦାୟ ନେଇ କମିଶନରଙ୍କ ପ୍ରଶସାଂ

କନ୍ଧମାଳ : ରାଜ୍ୟରେ କରୋନା ମହାମାରୀ ସତ୍ତ୍ୱେ କନ୍ଧମାଳ ଜିଲ୍ଲା ପରିବହନ ବିଭାଗ ରାଜସ୍ୱ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି ବିଭାଗ । ଫଳରେ ବର୍ତ୍ତମାନର ପରିବହନ କମିଶନର ଅରୁଣ ବୋଥ୍ରା (ଆଇପିଏସ) ଚିଠିନଂ ୧୩୨୩୩ ତା୭/୧୨/୨୧ରେ ଚିଠି ଲେଖି ରାସ୍ତାରେ ଗାଡି ଦୁର୍ଘଟଣା ଜନିତ ମୃତ୍ୟୁରେ ଗ୍ରାମାଞ୍ଚଳର ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାରେ କନ୍ଧମାଳ ଜିଲ୍ଲା ପରିବହନ ଅଧିକାରି ଗତିକୃଷ୍ଣ ସାମନ୍ତରାଏ ବିଶେଷଭାବେ ଆନ୍ତରୀକତା, ନିଷ୍ଠା ଓ ଆଗ୍ରହ ଦେଖାଇଥିବାରୁ ଜିଲ୍ଲାର ୪ଟି ପରିବାର ସରକାରଙ୍କ ସହାୟତା ରାଶି ପାଇ ଉପକୃତ ହୋଇପାରିଥିବାରୁ କମିଶନର ବୋଥ୍ରା ସାଧୁବାଦ ଜଣାଇବା ସହ ପରିବହନ ଅଧିକାରୀ ସାମନ୍ତରାଙ୍କ କାର୍ଯ୍ୟଶୈଳୀକୁ ପ୍ରଶସଂ। କରିଛନ୍ତି। ଆଗକୁ ଏଭଳି କାର୍ଯ୍ୟ ଜାରୀ ରଖିବା ଲାଗି ସେ ପରାମର୍ଶ ଦେଇଛନ୍ତି । ସେହିପରି ତତ୍କାଳୀନ ପରିବହନ କମିଶନର ସଞ୍ଜିବ କୁମାର ପଣ୍ଡା ଚିଠି ନମ୍ୱର ୧୦୯୪୮,ତା ୧୦ ଡିସେମ୍ବର ୨୦୨୦ ରେ ଫୁଲବାଣୀ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତ ରାଏଙ୍କୁ ଚିଠି ଲେଖି ଚିଠିରେ ଉଚ୍ଚ ପ୍ରଶସାଂ କରିଛନ୍ତି ।କାର୍ଯ୍ୟକ୍ରମ ରିଭ୍ୟୁ କରି ତତ୍କାଳୀନ କମିଶନର ପଣ୍ଡା ଫୁଲବାଣୀ ଠାରେ ଏଡିଟିସ କାର୍ଯ୍ୟ ଉଚ୍ଚ ମାନର ହୋଇଥିବା ସାଙ୍ଗକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସରିପାରିଥିବାରୁ ଏହା ଏକ ସୁନ୍ଦର ପ୍ରୟାସ ବୋଲି ବର୍ଣ୍ଣନା କରିବା ସହ ପରିବହନ ଅଧିକାରୀ ସାମନ୍ତରାଏଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ,କାର୍ଯ୍ୟଦକ୍ଷତା , ସଚ୍ଚୋଟତା, ଆଗ୍ରହ ଓ ସର୍ବୋପରି ଉନ୍ନତ ଜ୍ଞାନକୌଶଳ ଯୋଗୁଁ ଏହାସମ୍ଭବ ହୋଇପାରିଛି ବୋଲି ଆହୁରି ଦର୍ଶ।ଇଛନ୍ତି । ଏଥି ସହ ରାଜ୍ୟର ଅନ୍ୟ ପରିବହନ ଅଧିକାରୀମାନେ ଏହା ଦେଖି ଶିକ୍ଷାଲାଭ କରିବାକୁ ସେ ପରାମର୍ଶ ଦେଇଛନ୍ତି । କେବଳ ସେତିକି ନୁହେଁ ଗତ ୩ ବର୍ଷ ଧରି ରାଜସ୍ଵ ଆଦାୟ ଦିଗରେ ଧାର୍ଯ୍ୟ ଲକ୍ଷ୍ୟ ପୁରଣ କରି ଆଶାତୀତ ସଫଳତା ହାସଲ କରିଥିବା ଅନଲାଇନ ଓ ଡିଲର ପଏଣ୍ଟ ରେଜିଷ୍ଟ୍ରେଶନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଥିବା ନେଇ ମଧ୍ୟ ଚିଠିରେ ଉଲେଖ ଅଛି ।ସେହିପରି ଚିଠି ନମ୍ବର ୨୭୩/ତା ୭/୧/୨୧ରେ ପୁନର୍ବାର ଚିଠି ଲେଖି କମିଶନର ପଣ୍ଡା ଗତ୦୪/୫/୧୨/୨୦୨୦ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଅଟେ।ମେଟ୍ଡ଼ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ସିଷ୍ଟମ (ଏଡିଟିଏସ) ଟ୍ରାକ ଦେଖି ଖୁବ୍ ଖୁସି ବ୍ୟକ୍ତ କରିଥିବା ନେଇ ଉଲ୍ଲେଖ କରି ପ୍ରଶସାଂ ପତ୍ର ଦେଇଛନ୍ତି । ଏହା ଦ୍ଵାରା ଆଗକୁ ସଚ୍ଚୋଟତାର ସହ କାମ କରିବାଲାଗି ଆଗ୍ରହ ଆସିବ ବୋଲି ପରିବହନ ଅଧିକାରି ଗତିକୃଷ୍ଣ ସାମନ୍ତରାଏ କହିଛନ୍ତି। ଚଳିତବର୍ଷ ଅକ୍ଟୋବର ମାସ ଶେଷ ସୂଧା ଜିଲ୍ଲାରେ ମୋଟ ୪ କୋଟି ୬ଲକ୍ଷ ୭ ହଜାର ୮୮ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ଜିଲ୍ଲା ପରିବହନ ଅଧିକାରୀ ସାମନ୍ତରାଏ କହିଛନ୍ତି। ସେହିପରି ଗତ ୨୦୨୦ – ୨୧ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ୭ କୋଟି୮୬ ଲକ୍ଷ୪୮ହଜାର୬୬୦ ଟଙ୍କା ଆଦାୟ କରିଥିଲା ବିଭାଗ। ସେହିପରି ୨୦୧୯-୨୦ରେ ୧୨କୋଟି ୨୬ ଲକ୍ଷ ଟଙ୍କା ରାଜସ୍ୱ ଆଦ।ୟ ହୋଇଥିଲା। ୨୦୧୮-୧୯ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ରାଜସ୍ୱ ଆଦାୟ ହୋଇଥିବା ବିଭାଗ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.