ମହାରାଷ୍ଟ୍ରରେ ୧୭ ଓମିକ୍ରନ୍ ଚିହ୍ନଟ

ମୁମ୍ବାଇ, ଡିସେମ୍ବର ୧୧ : ମୁମ୍ବାଇରେ ବିଗିଡିଲାଣି ସ୍ଥିତି । ଓମିକ୍ରନ୍ କୁ ନେଇ ସ୍ଥିତି ସାଂଘାତିକ୍ । ଏବେ ସୁଦ୍ଧା କେବଳ ମହାରାଷ୍ଟ୍ରରେ ୧୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଯାହାକୁ ନେଇ ଏବେ ମୁମ୍ବାଇକୁ ଫେରିଛି ଲକ୍‌ଡାଉନ୍ ସ୍ଥିତି । ବଢୁଥିବା ଓମିକ୍ରନ୍ ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ମୁମ୍ବାଇରେ ଦୁଇ ଦିନିଆ ୧୪୪ ଧାରା ଜାରି କରାଯାଇଛି । କୋଭିଡ୍‌-୧୯ ର ନୂତନ ଓମିକ୍ରନ୍ କୁ ନେଇ ମାନବ ଜୀବନ ପ୍ରତି ଥିବା ବିପଦକୁ ରୋକିବା ସହିତ ଅମରାବତୀ, ମାଲେଗାଓଁ ଏବଂ ନନ୍ଦେଡରେ ଘଟିଥିବା ହିଂସା ପୃଷ୍ଠଭୂମି ବିରୁଦ୍ଧରେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ବିପଦ ସୃଷ୍ଟି କରିବାକୁ ୧୪୪ ଧାରା ଜାରି କରାଯାଇଛି ବୋଲି ସୂଚନା ମିଳିଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ମୁମ୍ବାଇରେ ୧୪୪ ଧାରା ଲାଗୁ ରହିବ । ଏହି ୨ ଦିନ ପୁରା ସହର ମଧ୍ୟରେ ରାଲି ଓ ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି । ତେବେ ଏହି ୪୮ ଘଣ୍ଟିଆ କଟକଣା ମଧ୍ୟରେ କେବଳ ଅତ୍ୟାବଶକ ସେବାକୁ ଅନୁମତି ରହିଛି ଓ ନିୟମ ଉଲଘଂନକାରୀଙ୍କୁ ଆଇପିସି ୧୮୮ ଅନୂଯାଇ କଡା ଦଣ୍ଡ ଦିଆଯିବ ବୋଲି ମୁମ୍ବାଇ କମିଶନର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.