ଆମେରିକାରେ ୨୪ ଘଣ୍ଟାରେ ୧.୩୧ ଲକ୍ଷ ନୂଆ କରୋନା ପଜିଟିଭ୍‌

ୱାଶିଂଟନ୍‌, ଡିସେମ୍ବର ୧୧: ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧ ଲକ୍ଷ ୩୧ ହଜାର ୧୫୩ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୫୬ ହଜାର ୪୮୬ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୧୪୫୧ ଜଣଙ୍କର ମୃତ୍ୟୁ ହୋଇଛି।   ଆମେରିକାରେ ଏଯାଏଁ ୫ କୋଟି ୬ ଲକ୍ଷ ୮୯ ହଜାର ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ କୋଟି ୯୯ ଲକ୍ଷ ୩୭ ହଜାର ୪୫୬ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୧୭ ହଜାର ୨୦୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୯୯ ଲକ୍ଷ ୩୪ ହଜାର ୪୫୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୪ ହଜାର ୭୯୦ ଜଣଙ୍କର ଅବସ୍ଥା ଗୁରୁତର ରହିଛି।   ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାର ୧୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୫ ହଜାର ୯୫୨ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୧୨୦ ଜଣଙ୍କର ମୃତ୍ୟୁ ହୋଇଛି। ଜର୍ମାନୀରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାର ୯୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୫୧ ହଜାର ସୁସ୍ଥ ହୋଇଥିଲା ବେଳେ ୪୯୬ ଜଣଙ୍କର ମୃତ୍ୟୁ ହୋଇଛି। 

Leave A Reply

Your email address will not be published.