ଭାରତକୁ ଆସିଲା ଅଣ୍ଡରୱାର୍ଲ୍ଡ ଡନ୍‌ ସୁରେଶ ପୂଜାରୀ

ନୂଆଦିଲ୍ଲୀ, ଡିସେମ୍ବର ୧୫ : ଅଣ୍ଡରୱାର୍ଲ୍ଡ ଡନ୍‌ ସୁରେଶ ପୂଜାରୀକୁ ଭାରତ ଅଣାଯାଇଛି। ତାକୁ ଫିଲିପାଇନ୍ସରେ ଗିରଫ କରାଯାଇଥିଲା। ଏହା ପରେ ତାହାର ପ୍ରତ୍ୟାର୍ପଣ କରାଯାଇଛି। ଜାତୀୟ ଗଣମାଧ୍ୟମକୁ ମୁମ୍ବାଇ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ସୁରେଶ ପୂଜାରୀକୁ ଫିଲିପାଇନ୍ସରୁ ଭାରତ ଅଣାଯାଇଛି। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସୁରେଶ ପୂଜାରୀ ଦିଲ୍ଲୀ ବିମାନବନ୍ଦରରେ ଓହ୍ଲାଇଛି। ସୁରେଶ ପୂଜାରୀ ପୂର୍ବରୁ ଡନ୍‌ ରବି ପୂଜାରୀ ସହିତ କାମ କରିଛି। ଏକ କୋଠା ଘର ସାମ୍ନାରେ ସୁରେଶ ପୂଜାରୀ ଛିଡା ହୋଇଥିବା ସମୟରେ ତାକୁ ଗିରଫ କରାଯାଇଥିଲା। ଗିରଫ ସମୟରେ ମୁମ୍ବାଇ ପୋଲିସକୁ ସୂଚନା ମିଳିଥିଲା ଯେ, ତାକୁ ଗତ ଅକ୍ଟୋବର ୧୫ରେ ଡୋନା ଆବେ ନାମରେ ଜଣେ ମହିଳା ସହିତ ଧରାଯାଇଥିଲା। ମୁମ୍ବାଇ ପୋଲିସ, ସିବିଆଇ ବ୍ୟତୀତ ଏଫବିଆଇର ଟାର୍ଗେଟରେ ସୁରେଶ ପୂଜାରୀ ଥିଲା। 

Leave A Reply

Your email address will not be published.