ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ୱର, ଡିସେମ୍ବର ୧୫ : ରାଜ୍ୟରେ କରୋନା ସଂକ୍ରମଣ ଦିନେ ବଢିଲେ ଦିନେ କମୁଛି । ମାତ୍ର ୨୪ ଘଣ୍ଟାରେ ରାଜ୍ୟରେ କରୋନା ମହାମାରୀ ନେଇଛି ଆଉ ୨ ଜଣଙ୍କ ଜୀବନ । ତେବେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ମୃତ୍ୟୁ ସଂଖ୍ୟା ୮୪୩୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।  ତେବେ ଆଜି ଭୁବନେଶ୍ୱର ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର ମୃତକ ଜଣଙ୍କ ବୟସ ହେଉଛି ୮୦ ବର୍ଷ । ସେ କରୋନା ସହିତ ଅନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ । ସେହିପରି କେନ୍ଦୁଝରର ମୃତକ ଜଣକ ହେଉଛନ୍ତି ୩୧ ବର୍ଷୀୟ ପୁରୁଷ ।  ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୫୨୧୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୨୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୧୭୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

Leave A Reply

Your email address will not be published.