ଚିତ୍ତରଞ୍ଜନ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚର ଟିମ୍‌ର ତଦନ୍ତ ଆରମ୍ଭ

ପୁରୀ, ଡିସେମ୍ବର ୧୬ : ଚିତ୍ତରଞ୍ଜନ ପଳାଇ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଆରମ୍ଭ କଲେ ତଦନ୍ତ । ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ପ୍ରଥମ ଦିନରେ ୪ ଜଣିଆ ଟିମ୍ ଚିତ୍ତରଞ୍ଜନ ମୃତ୍ୟୁ ହୋଇଥିବା ଘଟଣାସ୍ଥଳରୁ ହିଁ ତଦନ୍ତ ଆରମ୍ଭ କରିଛନ୍ତି । ତେବେ କ୍ରାଇମବ୍ରାଞ୍ଚର ଟିମ୍ ପୁରୀ ବ୍ରହ୍ମଗିରି ଗଡମୃଗସିରା ଅଞ୍ଚଳ ଭାର୍ଗବୀ ନଦୀର ନୂଆନଈ ଅଞ୍ଚଳକୁ ଯାଇ କ୍ରାଇମବ୍ରାଞ୍ଚ ଟିମ୍ ଛାନଭିନ୍ ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚ ଟିମ୍ ପ୍ରଥମେ ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ଏସପିଙ୍କ ସହ ଆଲୋଚନା କରିଥିଲେ ।  କେଉଁ ପରିସ୍ଥିତିରେ ଚିତ୍ତରଞ୍ଜନଙ୍କ ହତ୍ୟା କରାଯାଇଛି ଏବଂ ପୋଲିସ କାହାକୁ ଅଟକ ରଖି ପଚରାଉଚରା କରୁଛି ସେନେଇ କ୍ରାଇମବ୍ରାଞ୍ଚ ଟିମ୍ ଏସପିଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ତେବେ ପୋଲିସ ଠାରୁ ସମସ୍ତ ଦସ୍ତାବିଜ କ୍ରାଇମବ୍ରାଞ୍ଚ ଟିମ୍ ଗ୍ରହଣ କରିବା ପରେ ଗୁରୁବାର କ୍ରାଇମବ୍ରାଞ୍ଚ ଟିମ୍ ଆରମ୍ଭ କରିଛି ତଦନ୍ତ । 

Leave A Reply

Your email address will not be published.