ଏଣିକି ୟୁଜି ଓ ପିଜିର ସମସ୍ତ ପରୀକ୍ଷା ଅଫଲାଇନ ହେବ

ଭୁବନେଶ୍ୱର,ଡିସେମ୍ବର ୧୬ : ଏଣିକି ୟୁଜି ଓ ପିଜିର ସମସ୍ତ ପରୀକ୍ଷା ଅଫଲାଇନ ମୋଡରେ ହେବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ବୁଧବାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପରୀକ୍ଷାଗାରକୁ ନେଇ ଓଡିଶା ସରକାର ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛନ୍ତି। ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି ତଥା ସମସ୍ତ ସରକାରୀ/ଅଣ-ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଏକ ଚିଠିରେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଅଫଲାଇନ୍ ମୋଡରେ ଅନୁଷ୍ଠିତ ହେବ ବୋଲି ଅବଗତ କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ୟୁଜି ଏବଂ ପିଜି ସ୍ତରର ବାର୍ଷିକ/ସେମିଷ୍ଟାର ପରୀକ୍ଷା ଅଫଲାଇନ୍ ମୋଡରେ ଅନୁଷ୍ଠିତ ହେବ । ସେହିପରି ପରିକ୍ଷା ସମୟରେ ଉପଯୁକ୍ତ କୋଭିଡ୍ ପାଳନ କରିବାକୁ ନର୍ଦେଶ ଦିଆଯାଇଛି । 

Leave A Reply

Your email address will not be published.