ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ମୁଣ୍ଡ

ଭୁବନେଶ୍ୱର, ଡିସେମ୍ବର ୧୬ : ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ୧୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୪୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ଜଣଙ୍କର ମୁଣ୍ଡ ନେଇଛି କରୋନା ମହାମାରୀ । ମୃତକ ଜଣକ ହେଉଛନ୍ତି ୯୦ ବର୍ଷିୟ ମହିଳା ।  ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୨୩୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୮୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୧୮୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

Leave A Reply

Your email address will not be published.