ବଢିବାରେ ଲାଗିଛି ଶୀତର ପ୍ରକୋପ

ଭୁବନେଶ୍ୱର,ଡିସେମ୍ବର 17 : ବଢିବାରେ ଲାଗିଛି ଶୀତର ପ୍ରକୋପ । ଘରୁ ବାହାରିଲା ବେଳେ ଏକ ପ୍ରକାର ଭୟ ମଧ୍ୟ ଲାଗୁଛି । ବାହାରେ ବୁଲିବା କଥା ଛାଡ଼ନ୍ତୁ ପାଣିରେ ହାତ ମାରିବାକୁ ଡ଼ର ମଧ୍ୟ ଲାଗୁଛି । ତେବେ ଏପରି ଆଉ କିଛି ଦିନ ଥରାଇବ ଶୀତ ବରଂ ଆଉ ଦୁଇ ଦିନ ପରେ ଏହା ଅଧିକ ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି । ଆସନ୍ତା ୨୧ ତାରିଖବେଳକୁ ପ୍ରଚଣ୍ଡ ଜାଡ଼ରେ ଥରୁଥିବ ସାରା ଓଡ଼ିଶା । ଗତ ରାତିରେ ବାଲେଶ୍ୱର ୧୩.୯, କଟକ ୧୪,କେନ୍ଦୁଝର ୧୦.୪, ଝାରସୁଗୁଡ଼ା ୧୦.୬, ଟିଟିଲାଗଡ଼ ୧୦.୮, କୋରାପୁଟ ୧୦.୬, ଅନୁଗୁଳ ୧୨.୬, ସୋନପୁର ୧୨.୮, ହୀରାକୁଦ ୧୨.୮ ଭବାନୀପାଟଣା ୧୧, ସୁନ୍ଦରଗଡ଼ ୧୧.୫, ତାଳଚେର ୧୨, , ବଲାଙ୍ଗିର ୧୨.୮, ହୀରାକୁଦ ୧୨.୮, ବାରିପଦା ୧୩, ଚାନ୍ଦବାଲି ୧୩, ସମ୍ବଲପୁର ୧୩.୫ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ପ୍ରକୋପ ସର୍ବାଧିକ ଥିଲା । ରାଜ୍ୟର ୧୫ଟି ଅଞ୍ଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଯାଇଥିଲା ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିଲା ।

Leave A Reply

Your email address will not be published.