ମନ୍ଦିରରେ ଠାକୁରଙ୍କୁ ଚକୋଲେଟ୍‌ ଭୋଗ

ଥିରୁଅନନ୍ତପୁରମ, ଡିସେମ୍ବର ୧୭ : କେରଳର ଅଲାପ୍ପୁଝାରେ କେମୋଥ ଶ୍ରୀ ସୁବ୍ରମଣ୍ୟମ ମନ୍ଦିରରେ ଭଗବାନଙ୍କୁ ଚକୋଲେଟ ଭୋଗ ଅର୍ପଣ କରାଯାଉଛି। ଏହି ପ୍ରଥା ଦୀର୍ଘ ଏକ ଦଶନ୍ଧି ଧରି ଚାଲି ଆସୁଛି। କୁହାଯାଇଥାଏ ଯେ, ସର୍ବ ପ୍ରଥମେ ଏଠାକାର ଠାକୁରଙ୍କୁ ଛୋଟ ପିଲାମାନେ ଭଗବାନଙ୍କୁ ଚକୋଲେଟ ଅର୍ପଣ କରିଥିଲେ। ମନ୍ଦିରରେ ପ୍ରାର୍ଥନା ପୂରା ହେବା ପରେ ଚକୋଲେଟ ଅର୍ପଣ କରାଯିବା ପରଂପରା ରହିଛି। କିଛି ଲୋକ ନିଜ ଓଜନର ଚକୋଲେଟ ଅର୍ପଣ କରିଥାନ୍ତି।  ଅନେକ ସମ୍ରରେ ହିନ୍ଦୁ ଧର୍ମ ନିଜର ଇତିହାସ ଏବଂ ପାରଂପରିକ ମୂଲ୍ୟ ସହିତ ଯୋଡ଼ି ହୋଇଯାଇଥାଏ। କେରଳ ଅଲାପ୍ପୁଝାରେ ମନ୍ଦିରରେ ପ୍ରସାଦ ଭାବେ ଚକୋଲେଟ ଦିଆଯାଇଥାଏ। ଏକଦା ଏକ ଛୋଟ ବାଳକ ଠାକୁରଙ୍କୁ ମନ୍ଦିର ଭିତରେ ଚକୋଲେଟ ଅର୍ପଣ କରିଥିଲା। ଏହା ପରେ ସଂପୃକ୍ତ ବାଳକ ସେଠାରୁ ଉଭାନ ହୋଇଯାଇଥିଲା। କେମିତି ଉଭାନ ହେଲା, ତାହା ଆଜି ପର୍ଯ୍ୟନ୍ତ କେହି ଜାଣନ୍ତି ନାହିଁ। ଏହି କଥା ଚାରିଆଡ଼େ ବ୍ୟାପିଯାଇଥିଲା। 

Leave A Reply

Your email address will not be published.