ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳିବ ବର୍ଦ୍ଧିତ ଛାତ୍ରବୃତ୍ତି

ଭୁବନେଶ୍ୱର, ଡିସେମ୍ବର୨୨ : ରାଜ୍ୟରେ ବନିଶ୍ରୀ ସ୍କଲାରସିପ୍ ସ୍କିମ୍ ଅଧୀନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପରିମାଣକୁ ଓଡ଼ିଶା ସରକାର ବୃଦ୍ଧି କରିଛନ୍ତି। ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ଛାତ୍ରବୃତ୍ତି ପରିମାଣ ବୃଦ୍ଧି କରିଛି। ପ୍ରାଥମିକ ସ୍କୁଲରେ ପଢୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ବୃତ୍ତି ୨ ଶହରୁ ୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଷଷ୍ଠରୁ ଦଶମ ଶ୍ରେଣୀର ପିଲାଙ୍କ ବୃତ୍ତି ୨୫୦ରୁ ପାଖାପାଖୁ ୫ଶହ ଟଙ୍କାକୁ ବୃଦ୍ଧି ହୋଇଛି । ଯୁକ୍ତ ୨ ଓ ଯୁକ୍ତ୩ର ଛାତ୍ରଙ୍କ ବୃତ୍ତି ୩ ଶହରୁ ୬ ଶହକୁ ବୃଦ୍ଧି କରାଯାଇଛି । ସେହିଭଳି ସ୍ନାତକୋତ୍ତର ଓ ବୈଷୟିକ ଧନ୍ଦାମୂଳକ ତାଲିମ ନେଉଥିବା ଛାତ୍ରୀଛାତ୍ରଙ୍କ ବୃତ୍ତି ୩୫୦ରୁ ୭୦୦କୁ ବୃଦ୍ଧି କରାଯିବ ।  ସେହିପରି  ଜେନେରାଲ ଟେକ୍ନିକାଲ୍ ଓ ପ୍ରଫେସନାଲ ଏଜୁକେଶନ୍ ଫର ପ୍ରାଇଭେଶନାଲରେ ରାଜ୍ୟ ବାହାରେ ପଢୁଥିବା ପିଲାଙ୍କ ବୃତ୍ତି ୩୫୦ରୁ ୭୦୦ ଟଙ୍କାକୁ ବୃଦ୍ଧି କରାଯିବ । ରିଡର ଆଲାଉନ୍ସରେ ବୃତ୍ତି ୧୦୦ ଟଙ୍କାରୁ ୨ ଶହ ଟଙ୍କାକୁ ବୃଦ୍ଧି ଓ ମିଡିଲ୍ ସ୍କୁଲ ମାଇଁ ୧୫୦ ରୁ ୩୦୦କୁ ବୃଦ୍ଧି ହୋଇଛି ।  ଏହା ବ୍ୟତୀତ, ୭୫ କିମ୍ବା ଅଧିକ ଅକ୍ଷମତା ଥିବା ଛାତ୍ରଛାତ୍ରୀଙ୍କ ପରିବହନ ଭତ୍ତା ୧୦୦ ରୁ ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୨-୨୩ ରୁ ଏହି ପଦବୀକୁ କାର୍ଯ୍ୟକାରୀ କରାଯିବ ଏବଂ ୨୩,୬୦୦ ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ।

Leave A Reply

Your email address will not be published.