ତୀବ୍ର ଶୀତ ଲହରୀ ପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୟୋଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ଡିସେମ୍ବର୨୨ : ସାରା ରାଜ୍ୟରେ ଏବେ ଶୀତର ଲହରି ଜାରି ରହିଛି । ଆଗାମୀ ୨ ରୁ ୩ ଦିନ ଯାଇଁ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ଏବଂ ତୀବ୍ର ଶୀତ ଲହରୀ ତଥା ଗୋଟିଏ ରୁ ଦୁଇଟି ସ୍ଥାନରେ ଥଣ୍ଡା ଦିନ ଅନୁଭୂତ ହେବା ସମ୍ଭାବନା ରହିଛି । ବିଗତ ୩ ରୁ ୪ ଦିନ ଧରି ଓଡ଼ିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି । ପ୍ରଭାବରେ ଆଗାମୀ ୩ ଦିନ ଯାଇଁ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରୀ , ତୀବ୍ର ଶୀତ ଲହରୀ ତଥା ଅଣ୍ଡା ଦିନ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନୁଗୁଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ନୟାଗଡ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ଥିବାରୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ରାତ୍ରି ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ୫ ରୁ ୬ ଡିଗ୍ରୀ ଯାଏଁ କମ ରହିବାର ସମ୍ଭାବନା ଥିବାବେଳେ , ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ରାତ୍ରି ତାପମାତ୍ରା ସ୍ଵାଭାବିକ ତାପମାତ୍ରା ଠାରୁ ୪ ରୁ ୫ ଡିଗ୍ରୀ ଯାଏଁ କମ ରହିବାର ସମ୍ଭାବନା ରହିଛି । 

Leave A Reply

Your email address will not be published.