ରବିଚନ୍ଦ୍ରନ ଅଶ୍ବିନ ଭାରତୀୟ ପିଚ୍‌ରେ ସଫଳ

ନୂଆଦିଲ୍ଲୀ, ଡିସେମ୍ବର ୨୩ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆସନ୍ତା ୨୬ ତାରିଖ ଠାରୁ ଆରମ୍ଭ ହେବ। ଏହି ମୁକାବିଲା ପାଇଁ ଉଭୟ ଟିମ୍‌ ନିଜ ସ୍ତରରେ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ଦକ୍ଷିଣ ଆଫ୍ରିକା ଅଧିନାୟକ ଡିନ୍‌ ଏଲ୍ଗର ଟିମ୍‌ ଇଣ୍ଡିଆର ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଏଲ୍ଗର କହିଛନ୍ତି ଯେ ଅଶ୍ବିନ ଭାରତୀୟ ପିଚରେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ସେ ଦକ୍ଷିଣ ଆଫ୍ରିକାର ପିଚରେ ପୂରା ବିଫଳ ହୋଇଛନ୍ତି, ଯାହାକି ଆମ ପାଇଁ ଭଲ ଖବର।  ଦକ୍ଷିଣ ଆଫ୍ରିକୀୟ ଅଧିନାୟକ କହିଛନ୍ତି ଯେ, ମୋ ହିସାବରେ ଅଶ୍ବିନ ଦକ୍ଷିଣ ଆଫ୍ରିକାରେ ସେତେ ବେଶୀ ସଫଳ ହୋଇନାହାନ୍ତି। ଏହା ଆମ ପାଇଁ ଭଲ। ଏଥି ସହିତ ଅଶ୍ବିନ ଭାରତୀୟ ୱକେଟର ପ୍ରଦର୍ଶନକୁ ଏଠାରେ ତୁଳନା କରିବା ଠିକ୍‌ ହେବ ନାହିଁ। ଆମେ ପୂରା ଟିମ୍‌ ବିପକ୍ଷରେ ଏକ ରଣନୀତି ଉପରେ ବିଚାର କରିବାର ଅଛି। ଭାରତୀୟ ସ୍ପିନର ନିକଟରେ ଭଲ ପ୍ରଦର୍ଶନ କରିଥିଲେ। ଡିନ ଏଲ୍ଗର କହିଛନ୍ତି, ରବିଚନ୍ଦ୍ରନ ଅଶ୍ବିନଙ୍କ ଭଲ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଏଲ୍ଗର କହିଛନ୍ତି ଯେ, ଭାରତୀୟ ଟିମ୍‌ ବହୁତ ଭଲ। ଅଶ୍ବିନ ଭାରତ ପାଇଁ ଜଣେ ସଫଳ ସ୍ପିନରଙ୍କ ମଧ୍ୟରୁ ଜଣେ। ଅଶ୍ବିନ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ଟି ଟେଷ୍ଟରେ କପିଳ ଦେବଙ୍କ ୪୩୪ ୱିକେଟ ରେକର୍ଡ ଅତିକ୍ରମ କରିବାକୁ ଚାହିଁବେ। 

Leave A Reply

Your email address will not be published.