ବିଲାସପୁରରେ ସରକାରୀ ସ୍କୁଲର ୨୩ ଛାତ୍ର କରୋନା ପଜିଟିଭ୍‌

ବିଲାସପୁର, ଡିସେମ୍ବର ୨୩ : ହିମାଚଳ ପ୍ରଦେଶର ବିଲାସପୁରସ୍ଥିତ ସରକାରୀ ହାଇସ୍କୁଲରେ ୨୩ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି। ସମସ୍ତ ଛାତ୍ରଙ୍କୁ ଆଗାମୀ ୧୪ ଦିନ ପାଇଁ ଗୃହ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ହିମାଚଳ ପ୍ରଦେଶରେ କରୋନା ମହାମାରୀ ହ୍ରାସ ପାଇବା ପରେ ସ୍କୁଲ ଗୁଡ଼ିକ ଖୋଲି ଦିଆଯାଇଥିଲା। ସ୍ବାସ୍ଥ୍ୟ ବିଭାଗର ଟିମ ନିଜର ରୁଟିନ ପ୍ରକିୟା ଭାବେ ସ୍କୁଲକୁ ଯାଇ ଛାତ୍ର ଏବଂ ଶିକ୍ଷକଙ୍କ ରାପିଡ ଆଣ୍ଟିଜେନ ପରୀକ୍ଷା କରିଥିଲେ। ସରକାରୀ ହାଇସ୍କୁଲର ୧୧୭ ଜଣ ଛାତ୍ର ଏବଂ ଶିକ୍ଷକଙ୍କର କୋଭିଡ ପରୀକ୍ଷା ହୋଇଥିଲା। ଏଥିରୁ ୬ଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୩ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସିଏମ୍‌ଓ ବିଲାସପୁର ଡାକ୍ତର ପରବୀନ କୁମାର କହିଛନ୍ତି ଯେ, ଦେଲଗ ହାଇସ୍କୁଲର ୨୩ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦେଲଗ ହାଇସ୍କୁଲ ସହିତ ପ୍ରାଥମିକ ବିଦ୍ୟାଳୟ ପାଖରେ ଥିବାରୁ ଚିନ୍ତା ଅଧିକ ବଢ଼ିଯାଇଛି। ସଂକ୍ରମିତ ଛାତ୍ରଙ୍କ ଚିକିତ୍ସା ଜାରି ରହିଛି।

Leave A Reply

Your email address will not be published.