ରାଜ୍ୟର ୨୨ ଜିଲ୍ଲାରେ ତିଆରି ହେବ ୫୫ଟି ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର,ଡିସେମ୍ବର 24 : ଯାତ୍ରୀଙ୍କ ଗମନାଗମନକୁ ସୁବିଧା କରିବା ପାଇଁ ରାଜ୍ୟରେ ତିଆରି ହେବ ୫୫ଟି ନୂଆ ବସ୍‌ଷ୍ଟାଣ୍ଡ । ୨୨ ଜିଲ୍ଲାରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଯୋଗଯୋଗ କ୍ଷେତ୍ରରେ ବେଶ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ସମଗ୍ର ଓଡିଶାକୁ ସଂଯୋଗ କରିବା ପାଇଁ ପ୍ରୟାସ ଜାରି ରହିଛି । ରାଜ୍ୟର ବିଭିନ୍ନ କୋଣ ଅନୁକୋଣକୁ ବସ୍ ଯୋଗାଇ ଦେଇଥିବାରୁ ଓଏସଆରଟିସିକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ରାଜ୍ୟରେ ଜାରି ରହିଥିବା ବିକାଶମୂଳକ କାର‌୍ୟ୍ୟ ତଥା ଲୋକାଭିମୁଖି କାର‌୍ୟ୍ୟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

Leave A Reply

Your email address will not be published.