ଜାହାଜରେ ଲାଗିଲା ନିଆଁ: ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ

ନୂଆଦିଲ୍ଲୀ, ଡିସେମ୍ବର୨୪ : ଦକ୍ଷିଣାଞ୍ଚଳ ବାଂଲାଦେଶରେ ଗୋଟିଏ ଛୋଟ ଜାହାଜରେ ନିଆଁ ଲାଗିଯାଇଛି । ଫଲରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ଏହାସହିତ ଶତାଧିକ ଲୋକ ଆହତ ହୋଇଥିବା ଜଣାପଡିଛି ।  ସୂଚନା ଅନୁସାରେ, ନଈ ମଝିରେ ଅଭିଯାନ ନାମରେ ୩ ତାଲିଆ ଛୋଟ ଜାହାଜରେ ନିଆଁ ଲାଗିଥିଲା । ତେବେ ୩୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରୀ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।  ଅଧିକାଂଶ ଯାତ୍ରୀ ପୋଡି ହୋଇ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ନଦୀକୁ ଡେଇଁ ପଡିଥିବା ମୃତ୍ୟୁ ହୋଇଛି । ଜାହାଜର ଇଞ୍ଜିନ୍ ରୁମ୍‌ରେ ନିଆଁ ଲାଗିବା ପରେ ତାହା ପୂରା ଜାହାଜରେ ନିଆଁ ଲାଗିଯାଇଥିଲା । ତେବେ ଜାହାଜଟି ଯାତ୍ରୀଙ୍କୁ ଧରି ଢାକରୁ ଫେରୁଥିବା ଜଣାପଡିଛି ।

Leave A Reply

Your email address will not be published.