ଅଗ୍ନିକାଣ୍ଡରେ ଜଳିଗଲା ୫ଟି ଦୋକାନ

ଭଦ୍ରକ, ଡିସେମ୍ବର୨୪ : ଅଗ୍ନିକାଣ୍ଡରେ ଜଳିଗଲା ୫ଟି ଦୋକାନ ଘର । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମାଳଦା ବଜାର ସ୍ଥିତ ଜଗନ୍ନାଥ ବଜାରରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଅଗ୍ନିକାଣ୍ଡ ଘଟିଛି ।  ତେବେ ପାଖା ପାଖି ହୋଇ ରହିଥିବାରୁ ଗୋଟିଏ ଦୋକାନରୁ ନିଆଁ ଅନ୍ୟ ଦୋକାନକୁ ବ୍ୟାପିଯାଇଥିଲା । ଫଳ ଦୋକାନ, ସାଇକେଲ ଦୋକାନ, ସାର ଦୋକାନ, ପାନ ଦୋକାନ ଏବଂ ଜଳଖିଆ ଦୋକାନରେ ନିଆଁ ଲାଗିଯାଇଥିଲା ।  ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସରଞ୍ଜାମ ପୋଡି ପାଉଁଶ ହୋଇଯାଇଛି । ସେପଟେ ନିଆଁ ଲାଗିଥିବା ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଅଗ୍ନିକାଣ୍ଡ ଘଟିଲା ତାହା ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.