ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇବ ରାତି ତାପମାତ୍ରା

ଭୁବନେଶ୍ୱର,ଡିସେମ୍ବର 24 : ଶୀତକୁ ନେଇ ରାଜ୍ୟବାସୀ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ସକାଳ ହେଲେ ଥରାଊଛି  ଜାଡ଼ । ଘରେ ଘରେ ସକାଳ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଉଥିବା କହିବା ଭୁଲ ହେବ ନାହିଁ ।ତେବେ ଗତକାଲି ରାତି ରେ ଏହି ଶୀତରେ ସାମାନ୍ୟ ପରିମାଣରେ ହ୍ରାସ ପରିଲିକ୍ଷିତ ହୋଇଥିଲା । ତେବେ ଏହି ପରି ଭାବରେ ବର୍ତ୍ତମାନ ରାତିର ତାପମାତ୍ରା ବୃଦ୍ଧି ପାଇବ ।  ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଶୀତ ଲହରି ଅନୁଭୂତ ହେବାକୁ ଥିବାରୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରି କମ୍ ରହିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। । ତେବେ ଶୀତ କୁ ଦୃଷ୍ଟିରେ ରଖି ସରକାର ମଧ୍ୟ ସତର୍କବାଣୀ ପ୍ରଦାନ କରିଛନ୍ତି । 

Leave A Reply

Your email address will not be published.