ଧରାବତରଣ କଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ

ଭୁବନେଶ୍ୱର, ଡିସେମ୍ବର୨୫ : ଧରାବତରଣ କଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ । ମଧ୍ୟରାତ୍ରୀରେ ଜନ୍ମ ଗ୍ରହଣ କରିଛନ୍ତି ପ୍ରଭୁ ଖ୍ରୀଷ୍ଟ । ଏଥିପାଇଁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । କୋଭିଡ କଟକଣା ଭିତରେ ରାତ୍ରି କାଳୀନ ପ୍ରାର୍ଥନା ପାଇଁ ବିଶେଷ ଭିଡ ପରିଲକ୍ଷିତ ହୋଇନଥିଲା । ସମୂହ ପ୍ରାର୍ଥନା ସଭା ଉପରେ ରୋକ୍ ଲଗାଯାଇଛି । ତେଣୁ କେଉଁଠି ଅନଲାଇନ ବ୍ୟବସ୍ଥା ତ ଆଉ କେଉଁଠି ଅଳ୍ପ କିଛି ଲୋକଙ୍କୁ ନେଇ ଖ୍ରୀଷ୍ଟମାସ ପାଳନ କରାଯାଉଥିବା ଦେଖିବାକୁ ମିଳିଛି ।  ତେବେ ବଡଦିନରେ ଉତ୍ସବମୁଖର ହୋଇ ଉଠୁଥିବା ରାଜଧାନୀର ବିଭିନ୍ନ ଚର୍ଚ୍ଚରେ ଖାଁ ଖାଁ ଦେଖିବାକୁ ମିଳିଛି । ବିଭିନ୍ନ ଚର୍ଚ୍ଚ କର୍ତ୍ତୃପକ୍ଷ ମଧ୍ୟ ରାତ୍ରୀରେ ପ୍ରଭୁଙ୍କ ଧରାବତରଣ, ମହିମା ବାଣୀ ଓ ବାର୍ତ୍ତାର ପ୍ରଚାର ପାଇଁ ଅନଲାଇନ ବ୍ୟବସ୍ଥା କରିଥିଲେ । କଟକଣା ପାଇଁ ଚର୍ଚ୍ଚର ମୁଖ୍ୟ ଫାଟକ ବନ୍ଦ ରଖାଯାଇଥିଲା ।  ଚର୍ଚ୍ଚରେ ପ୍ରାର୍ଥନା ବେଳେ କୋଭିଡ କଟକଣା ପାଳନ ଉପରେ ନଜର ରଖିଥିଲା କମିଶନରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ । ଗତ ବର୍ଷ ମଧ୍ୟ ଚର୍ଚ୍ଚରେ ଜନ ସମାଗମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା । ମାତ୍ର ଚଳିତ ବର୍ଷ କୋଭିଡ କଟକଣା ଭିତରେ ପ୍ରାଥନା ପାଇଁ ଅନୁମତି ଦିଆଯାଇଛି । 

Leave A Reply

Your email address will not be published.