୨୭ ତାରିଖରୁ ୩ ଦିନ ଯାଏଁ ବର୍ଷା

ଭୁବନେଶ୍ୱର, ଡିସେମ୍ବର୨୫ : ଆସନ୍ତା ୨୭ ତାରିଖ ପରଠାରୁ ୩ ଦିନ ଯାଏଁ ରାଜ୍ୟରେ ପାଗ ମେଘୁଆ ରହିବ । ୨୯ ଓ ୩୦ ତାରିଖ ଦୁଇ ଦିନ ପଶ୍ଚିମ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ମାତ୍ର ଉପକୂଳ ଓଡିଶାରେ ପାଗ ଶୁଖିଲା ଓ ଖରାଟିଆ ରହିବ । ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ୨୭, ୨୮ ଓ ୨୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର ଓ ଦେବଗଡରେ ୨୭ ତାରିଖରେ ବର୍ଷା ହୋଇପାରେ । ସେହିଭଳି ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବରଗଡ ଓ ସୁନ୍ଦରଗଡରେ ୨୮ ଓ ୨୯ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି । ସେପଟେ ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ଦୁଇ ଦିନ ଯାଏ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ହେବ । ଶୁକ୍ରବାର ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ବୃଦ୍ଧି ହୋଇଛି । ଦାରିଙ୍ଗବାଡି ଓ ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଛି । ଗତ ଦୁଇ ଦିନକୁ ଦେକିଲେ ଏଠାରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀରୁ ଅଧିକ ବୃଦ୍ଧି ହେଲାଣି ।

Leave A Reply

Your email address will not be published.