କ୍ରିକେଟରୁ ଅବସର ପରେ ରାଜନୈତିକ କ୍ୟାରିୟର ଆରମ୍ଭ କରିପାରନ୍ତି ହରଭଜନ ସିଂ!

ନୁଆଦିଲ୍ଲୀ, ଡିସେମ୍ବର୨୪ : ଭାରତୀୟ କ୍ରିକେଟର ହରଭଜନ ସିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ୨୩ ବର୍ଷ ଧରି ଭାରତ ପାଇଁ ଖେଳିଥିଲେ ଏବଂ ୨୦୦୭ ରେ ଟି -୨୦ ବିଶ୍ୱକପ ଏବଂ ୨୦୧୧ ରେ ଦିନିକିଆ ବିଶ୍ୱକପ ଜିତିଥିବା ହରଭଜନ ଦଳର ସଦସ୍ୟ ରହିଛନ୍ତି। ଅବସର ପରେ ସମସ୍ତେ ତାଙ୍କ କ୍ୟାରିୟରରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ନେଇ ଆଲୋଚନା ଆରମ୍ଭ ହୋଇଛି। ସେ କେଉଁ ଦଳ ପାଇଁ କୋଚ୍ ହେବେ ନା ସେ ରାଜନୈତିକ ଇନିଂସ ଆରମ୍ଭ କରିବେ ଏହାକୁ ନେଇ ଉତ୍କଣ୍ଠା ଆରମ୍ଭ ହୋଇଛି। ନିକଟରେ ହରଭଜନ ନଅ ଦିନ ପୂର୍ବରୁ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଭେଟିଥିଲେ। ତା’ପରେ ସିଦ୍ଧୁ ଲେଖିଥିଲେ – ସମ୍ଭାବନାରେ ପରିପୂର୍ଣ୍ଣ ଏକ ଚିତ୍ର । ଗତ କିଛି ଦିନ ହେବ ଗଣମାଧ୍ୟମରେ କଳ୍ପନାଜଳ୍ପନା କରାଯାଉଛି ଯେ କଂଗ୍ରେସ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ଜଳନ୍ଧରରୁ ହରଭଜନଙ୍କୁ ଲଢାଇବାକୁ ଚାହୁଁଛି। ତେବେ ଭାଜୀ ଏପର୍ଯ୍ୟନ୍ତ କଂଗ୍ରେସରେ ଯୋଗ ଦେଇନାହାଁନ୍ତି। ଏପରିକି କଂଗ୍ରେସ ଏ ବାବଦରେ କିଛି କହିନାହିଁ।

Leave A Reply

Your email address will not be published.