ଆଖଣ୍ଡଳମଣି ମନ୍ଦିରରେ ଏସଓପି ଜାରି କଲା ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର,ଡିସେମ୍ବର 28 : ଆଗକୁ ଆସୁଛି ନୁଆବର୍ଷ ତେଣୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଧାର୍ମିକ ପୀଠରେ କଟକଣାମାନ କଡ଼ାକଡ଼ି କରାଯାଇଛି । ଯାହାଫଳରେ କରୋନା ର ସଂକ୍ରମଣ ଠାରୁ ଦୂରରେ ରହିପାରିବା । ଏହି ପରିପେକ୍ଷୀରେ ଭଦ୍ରକ ଜିଲ୍ଲାରେ ଆଖଣ୍ଡଳମଣି ମନ୍ଦିରରେ ଏସଓପି ଜାରି କରିଛି ଜିଲ୍ଲା ପ୍ରଶାସନ । ଡ଼ିସେମ୍ବର ୩୧ ସକାଳ ୬ଟାରୁ ଜାନୁଆରୀ ୨ତାରିଖ ସନ୍ଧ୍ୟା ୮ଟା ଯାଏଁ ଭକ୍ତ ଦର୍ଶନ କରିପାରିବେ ନାହିଁ । କେବଳ ମନ୍ଦିର ସେବାୟତ ଙ୍କୁ ନେଇ ଠାକୁର ଙ୍କ ନୀତିକାନ୍ତି ସମ୍ପର୍ଣ୍ଣ ହେବ । ମନ୍ଦିର ଓ ପୀଠରେ ଗହଳି ନକରିବାକୁ କୁହାଯାଇଛି । ଏଥିପାଇଁ କଟକଣାକୁ କଡ଼ାକଡ଼ି ମଧ୍ୟ କରାଯାଇଛି । ସୁଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୁଣ୍ଣ ନେଇଛି କରୋନା ମହାମାରୀ । 

Leave A Reply

Your email address will not be published.