ଫେବୃଆରୀ ମାସ ଶେଷ ବେଳକୁ ରାଜ୍ୟରେ ପିକ୍ ନେଇପାରେ ତୃତୀୟ ଲହର

ଭୁବନେଶ୍ୱର,ଡିସେମ୍ବର 28 : ଫେବୃଆରୀ ଶେଷ ବେଳକୁ ରାଜ୍ୟରେ ପିକ୍ ନେଇପାରେ ତୃତୀୟ ଲହର । ଏନେଇ ସୁଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅନ୍ୟ ରାଜ୍ୟ ଅପେକ୍ଷା କରୋନା ର ପ୍ରଥମ ଲହର ଓ ଦ୍ୱିତୀୟ ଲହର  ଓଡ଼ିଶାକୁ ଦୁଇ ମାସ ବିଳମ୍ବରେ ଆସିଥିଲା । ତେଣୁ ଆଇସିଏମଆର ର ଆକଳନ ଅନୁସାରେ ଯଦି ତୃତୀୟ ଲହର ଆସେ ତେବେ ଓଡ଼ିଶାକୁ ଖୁବ୍ ଶୀଘ୍ର ଆସିଯିବ । ତେଣୁ ଫେବୃଆରୀ ମାସ ଶେଷ ସୁଦ୍ଧା  ଏହା ଓଡ଼ିଶାରେ ପିକ୍ କରିବ । ତେଣୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହା ଓଡ଼ିଶାରେ ପିକ୍ କରିବା ପୂର୍ବରୁ ଏହାର ବ୍ୟାପକ ପ୍ରସ୍ତୁତି ପାଇଁ ଆମେ ସଜାଗ ଥିବା କଥା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୁମି , ପେଡ଼ିଆଟ୍ରିକ୍ ବିଭାଗ ପ୍ରସ୍ତୁତ ରହିଛି । ସେହିପରି ସର୍ଭେଲାନ୍ସ,ଟେଷ୍ଟିଂ,ଟ୍ରିଟ୍‌ମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମଧ୍ୟ କୁହାଯାଉଛି ।

Leave A Reply

Your email address will not be published.