ଖୁବ ଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବ

ଭୁୁବନେଶ୍ୱର, ଡିସେମ୍ବର୨୮ : ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।  ସେ କହିଛନ୍ତି ଯେ ଖୁବ ଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଲାଗି ସଂରକ୍ଷଣ ତାଲିକା ପ୍ରକାଶ ସରିଛି । ଏବେ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଇତ୍ୟାଦି ତାଲିକା ପ୍ରସ୍ତୁତି ଚାଲିଛି ।  ସମସ୍ତ ସଂରକ୍ଷଣ ତାଲିକା ଚୂଡାନ୍ତ କରି ନିର୍ବାଚନ ଆୟୋଗଙ୍କୁ ଦିଆଯିବ । ସେହିପରି କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରକ୍ରିୟା ହେଉଥିବାରୁ ତାରିଖ ଘୋଷଣା କରିବାରେ ବିଳମ୍ବ ହେଉଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

Leave A Reply

Your email address will not be published.