ଜାନୁଆରୀ ୧୦ ରୁ କଟକରେ କରୋନା ପାଇଁ ଦିଆଯିବ ବୁଷ୍ଟର ଡ଼ୋଜ୍‌

କଟକ,ଡିସେମ୍ବର 28 : ଜାନୁଆରୀ ୧୦ ରୁ କରୋନା ପାଇଁ କଟକରେ ଦିଆଯିବ ବୁଷ୍ଟର ଡ଼ୋଜ୍ । ସ୍ୱାସ୍ଥ୍ୟକର୍ମୀ ,୬୦ ବର୍ଷରୁ ଉର୍ଦ୍ଧ୍ୱ ,ବହୁବିଧ ରୋଗରେ ପିଡ଼ିତଙ୍କୁ ମିଳିବ ଏହି ଟିକା । କେଉଁ କେଉଁ ସ୍ଥାନରେ ଏହି ବୁଷ୍ଟର ଡ଼ୋଜ୍ ଟିକା ଦିଆଯିବ ସେନେଇ ଅନୁଧ୍ୟାନ ଚାଲିଛି ବୋଲି ସୁଚନା ଦେଇଛନ୍ତି ସିଏମସି ଡ଼େପୁଟି କମିଶନର ଅବିନାଶ ରାଉତ୍ । ଖୁବ୍ ଶୀଘ୍ର ଏନେଇ ସମସ୍ତ ତଥ୍ୟ ପ୍ରକାଶ ପାଇବ କେଉଁ ସମୟରେ କିଏ ଏହି ଟିକା ପାଇପାରିବେ ତାହାର ସବିଶେଷ ବିବରଣୀ ରେ ପ୍ରକାଶ ପାଇବ । ସୁଚନା ଅନୁସାରେ ରାଜ୍ୟରେ ର୍ତ୍ତମାନ ବୁଷ୍ଟର ଡ଼ୋଜ୍ ଓ ୧୫ ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦିଆଯିବା ଉପରେ ବ୍ୟାପକ ଗୁରୁତ୍ୱ ଦିଆଯାଉଛି । ଆଜି ମଧ୍ୟ ସୁଚନା ମିଳିଛି  ଏହି ୧୫ ରୁ ୧୮ ବର୍ଷ ର ପିଲାଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ । ଏନେଇ ଆସନ୍ତା ୧ ତାରିଖରେ କୋୱିନ୍ ଆପରେ ପିଲା ମାନେ ନିଜ ସ୍କୁଲ ଆଇକାର୍ଡ଼ ଦେଇ ପଞ୍ଜିକୃତ କରି ତାରିଖ ଓ ସ୍ଲଟ୍ ଅନୁସାରେ ଟିକା ନେଇ ପାରିବେ । 

Leave A Reply

Your email address will not be published.