ଭିଜିଲାନ୍ସ ପଞ୍ଝାରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର, ଡିସେମ୍ବର୨୮ : ଭିଜିଲାନ୍ସ ପଞ୍ଝାରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ । ବ୍ରହ୍ମପୁର ଗ୍ରାମୀଣ କାର୍ଯ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କନିଷ୍ଠ ଯନ୍ତ୍ରୀ ଜଣକ ହେଉଛନ୍ତି ବଇଁଶୀଧର ସେଠୀ । ତେବେ ତାଙ୍କ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ କାର୍ଯ୍ୟାଳୟ ସମେତ ଏକାକାଳୀନ ୪ଟି ସ୍ଥାନରେ ଚଢାଉ ଜାରି ରହିଛି । ସେହିପରି ବ୍ରହମ୍ପୁର ଶକ୍ତିନଗର ଦ୍ୱିତୀୟ ଲେନ୍ ସ୍ଥିତ ତିନି ମହଲା ବିଲ୍ଡିଂରେ ଚଢାଉ ଜାରି ରହିଛି । ଏହାସହିତ ପୋଲସରା ଚିରିକିପଡା ଶାସନ ସ୍ଥିତ ପୈତୃକ ଘର, ବ୍ରହ୍ମପୁର ଲୋଚପଡା ସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ତେବେ ଏହି ଚଢାଉରେ ୨ ଜଣ ଡିଏସପି, ୬ ଇନ୍ସପେକ୍ଟର ସାମିଲ ରହିଥିବା ଜଣାପଡିଛି । ହେଲେ କନିଷ୍ଠ ଯନ୍ତ୍ରୀଙ୍କ ଘରୁ ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଠାବ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।  

Leave A Reply

Your email address will not be published.