ଓମିକ୍ରୋନ୍ ପ୍ରଭାବରେ ବିଶ୍ୱରେ ପୁଣି ବଢୁଛି କରୋନା ସଂକ୍ରମଣ, ୧୧,୫୦୦ ବିମାନ ଚଳାଚଳ ବାତିଲ

ନୁଆଦିଲ୍ଲୀ, ଡିସେମ୍ବର ୨୮ : ବିଶ୍ୱରେ ବଢୁଥିବା ଓମିକ୍ରୋନ୍ ପ୍ରଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ବିମାନ ଉଡାଣ ଉପରେ କଟକଣା ଲାଗୁ କରିଛନ୍ତି । ଏହା ଦ୍ୱାରା ଖ୍ରୀଷ୍ଟମାସ ସପ୍ତାହରେ ଯାତ୍ରୀଙ୍କୁ ଲକ୍ଷ ଲକ୍ଷ ଲୋକଙ୍କୁ ସମସ୍ୟାର ସମ୍ମୁଖିନ ହେବାକୁ ପଡିଛି । କାରଣ ବର୍ତ୍ତମାନ ୟୁରୋପରେ ଏବଂ ଆମେରିକାର ଅନେକ ରାଜ୍ୟରେ କୋଭିଡ -୧୯ ମାମଲା ରେକର୍ଡ ସଂକ୍ରମଣ ଚିହ୍ନଟ ହେବାରେ ଲାଗିଛି। ଶୁକ୍ରବାର ଠାରୁ ସାରା ବିଶ୍ୱରେ ପ୍ରାୟ ୧୧,୫୦୦ ବିମାନ ଚଳାଚଳ ବନ୍ଦ ହୋଇଯାଇଛି ଏବଂ ବର୍ଷର ବ୍ୟସ୍ତବହୁଳ ଯାତ୍ରା ସମୟ ମଧ୍ୟରେ ଅଧିକ ବିଳମ୍ବ ହୋଇଛି – ଏକାଧିକ ଏୟାରଲାଇନ୍ସ କହିଛନ୍ତି ଯେ ଓମିକ୍ରନ୍ କରୋନାଭାଇରସ୍ ଭାରିଆଣ୍ଟରେ ସଂକ୍ରମଣ ବୃଦ୍ଧୀ କାରଣରୁ କର୍ମଚାରୀଙ୍କ ଅଭାବ ସୃଷ୍ଟି କରିଛି । ଫ୍ଲାଇଟ୍ ଟ୍ରାକର୍ ଫ୍ଲାଇଟ୍ ଆୱାର୍ ଅନୁଯାୟୀ ସୋମବାର ଦିନ ପ୍ରାୟ ୩୦୦୦ ବିମାନ ସୋମବାର ଏବଂ ୧୧୦୦ ରୁ ଅଧିକ ବିମାନକୁ ବାତିଲ କରିଦିଆଯାଇଛି। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଟୀକାକରଣକୁ ବଢାଇବା ପାଇଁ ସରକାରମାନେ ଚେଷ୍ଟା କରୁଛନ୍ତି, ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁହାରର ଅଧିକାଂଶ ଅଂଶ ଅଣ-ଟୀକାକରଣ ବ୍ୟକ୍ତିଙ୍କର ଘଟୁଛି ବୋଲି ମେଡିକାଲ କର୍ମଚାରୀ ଜୋର ଦେଇଛନ୍ତି। ଚାଇନାର ସିୟାନ ସହରରେ, ୨୧ ମାସ ମଧ୍ୟରେ ଦେଶର ସବୁଠାରୁ ବଡ କରୋନା ସଂକ୍ରମଣକୁ ରୋକିବା ପାଇଁ କର୍ତ୍ତୃପକ୍ଷ ଲକ୍‌ଡାଉନ୍ ଲାଗୁ କରିଛନ୍ତି।

Leave A Reply

Your email address will not be published.