ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫୬ କରୋନା ପଜିଟିଭ୍

ଭୁବନେଶ୍ୱର, ଡିସେମ୍ବର୨୮ : ରାଜ୍ୟରେ ଗତ କିଛି ଦିନ ହେଲା କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୫୪୧୬୦କୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ୱାରେଣ୍ଟାଇନରୁ ରହିଥିବା ବେଳେ ୬୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ ବୟସର ରହିଛନ୍ତି ୨୦ ଜଣ ।  ବାଲେଶ୍ୱରରୁ ୬, ଭଦ୍ରକରୁ ୩, କଟକରୁ ୬, ଢେଙ୍କାନାଳରୁ ୨, ଗଞ୍ଜାମରୁ ୩, ଜଗତସିଂହପୁରରୁ ୨, ଯାଜପୁରରୁ ୫, ଝାରସୁଗୁଡାରୁ ୫, ଖୋର୍ଦ୍ଧାରୁ ୮୩, କେନ୍ଦୁଝରରୁ ୪, କୋରାପୁଟରୁ ୧, ମୟୂରଭଞ୍ଜରୁ ୨, ନୟାଗଡରୁ ୧, ପୁରୀରୁ ୫, ସମ୍ବଲପୁରରୁ ୩, ସୁନ୍ଦରଗଡରୁ ୫ ଓ ଷ୍ଟେଟ ପୁଲରୁ ୨୦ ଜଣ ରହିଛନ୍ତି ।  ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୪୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୫୯ଟି ଆକ୍ଟିଭ୍ କେସ ରହିଥିବା ବେଳେ ୧୦୪୪୦୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

Leave A Reply

Your email address will not be published.